www.samajalive.in
Monday, December 8, 2025
27.1 C
Bhubaneswar

ପିତାଙ୍କ ପାଇଁ ଦିନଟିଏ : ପିତା ଧର୍ମ, ପିତା କର୍ମ, ପିତା ହିଁ ପରମ ତପ……….

ପିତା ଧର୍ମ, ପିତା କର୍ମ, ପିତା ହିଁ ପରମ ତପ
ପିତାରେ ପ୍ରିତିମା ପନ୍ନେ ପ୍ରିୟନ୍ତି ସର୍ବ ଦେବତା।
ଏହି ଶୋକ୍ଳଟିର ଅର୍ଥାନୁଯାୟୀ ପିତାଙ୍କୁ ଭକ୍ତି ଓ ସମ୍ମାନ କରିବା ଦ୍ୱାରା ସର୍ବଦା ଭଗବାନ ପ୍ରସନ୍ନ ହୋଇଥାଆନ୍ତି।
ପିତୃ ଦେବ ଭବ , ମାତୃ ଦେବ ଭବ। ଅର୍ଥାତ ପିତା, ମାତା ଭଗବାନଙ୍କ ପ୍ରତିରୂପ ଅଟନ୍ତି।
ଆମ ଦେଶରେ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ପିତାଙ୍କୁ ସମ୍ମାନ ଦେବା ପାଇଁ ‘ଫାଦ୍ରର୍ସ ଡ଼େ’ ପାଳନ କରାଯାଏ। ‘ଫାଦ୍ରର୍ସ ଡ଼େ’ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ ପାଳନ କରାଯାଏ।
ସର୍ବପ୍ରଥମେ ‘ଫାଦର୍ସ ଡ଼େ’ଜୁନ ୧୯,୧୯୧୦ରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ୧୯୭୨ରେ ଘୋଷଣା କରାଯାଇଥିଲା। ଯାଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହି ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା।
ଜୀବନର ପ୍ରତିଟି ମୁହୂର୍ତ ଓ ପ୍ରତ୍ୟେକ ଦିନ ପିତାମାତା ନିଜ ସନ୍ତାନଙ୍କୁ ଖୁସି ଦେବା ପାଇଁ ପ୍ରୟାସ କରିଥାଆନ୍ତି। ସେଭଳି ପିତାମାତାଙ୍କ ଭଲପାଇବାକୁ ସମ୍ମାନ ଜଣାଇ ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେ ପକାଇ ତାଙ୍କ ପାଇଁ ଦିନଟିଏ ପାଳନ କରାଯାଏ, ଯାହାକୁ ପିତୃଦିବସ (ଫାଦର୍ସ ଡେ) ଓ ମାତୃ ଦିବସ (ମଦର୍ସ ଡ଼େ) ବୋଲି କୁହାଯାଏ। ଏଭଳି ଏକ ପବିତ୍ର ଦିନରେ ସେଭଳି କେତେକ ମହାନ ଦିବ୍ୟ ପୁରୁଷଙ୍କ ବିଷୟରେ ଜାଣନ୍ତୁ ଯେ ନିଜ ପିତାଙ୍କ ସତ୍ୟ ରକ୍ଷା କରି, ପିତାଙ୍କ ସମ୍ମାନ ଓ ପ୍ରେମ ପାଇଁ ମହାନ କାର୍ୟ୍ୟ କରିଛନ୍ତି।
ପ୍ରଭୁ ଶ୍ରୀରାମଚନ୍ଦ୍ର –
ପ୍ରଭୁ ରାମଚନ୍ଦ୍ର ନିଜ ପିତାଙ୍କ ସତ୍ୟ ରକ୍ଷା ପାଇଁ ୧୨ବର୍ଷ ବନବାସ ଯାଇଥିଲେ। ସମସ୍ତ ରାଜକୀୟ ସୁଖକୁ ପରିତ୍ୟାଗ କରି। ପ୍ରଭୁ ରାମ ଚନ୍ଦ୍ରଙ୍କ ପିତା ରାଜା ଦଶରଥ ଏକଦା ରାଣୀ କୈକେୟୀଙ୍କ କାରଣରୁ ରାଜ୍ୟ ଜୟ କରିଥିଲେ। ସେହି ସମୟରେ ରାଜା ଦଶରଥ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବା ପାଇଁ ସତ୍ୟ କରିଥିଲେ। ରାମଚନ୍ଦ୍ର ରାଜା ହେବା ଶୁଣି ରାଣୀ କୈକେୟୀ ଦଶରଥଙ୍କୁ କହିଥିଲେ ରାମଚନ୍ଦ୍ର ୧୨ ବର୍ଷ ବନବାସ ଯିବେ ଓ ଭରତ ଅଯୋଧ୍ୟାର ରାଜା ହେବେ। ଦଶରଥଙ୍କ ପାଇଁ ଏହା ସବୁଠାରୁ କଠିନ ସମୟ ଥିଲେ ମଧ୍ୟ ପ୍ରଭୁ ରାମଚନ୍ଦ୍ର ପିତାଙ୍କ ସତ୍ୟ ରକ୍ଷା ପାଇଁ ବନକୁ ଯାଇଥିଲେ।
ମହାନ ବାଳକ ନଚିକେତା –
ନଚିକେତାଙ୍କ ଭଳି ମହାନ ବାଳକଙ୍କ ବିଷୟରେ ମଧ୍ୟ ସଭିଁଏ ଜାଣନ୍ତି। ଏକଦା ନଚିକେତାଙ୍କ ପିତା ଏକ ଯଜ୍ଞ କରିଥିଲେ। ସେ ସେହି ସମୟରେ ବିଭିନ୍ନ ଗାଈ ଓ ଅନ୍ୟାନ୍ୟ ଦ୍ରବ୍ୟ ଦାନ ଦେଉଥିଲେ। ହଠାତ ସେହି ସମୟରେ ନଚିକେତା ବାରମ୍ବାର କହିଲେ ମତେ କାହାକୁ ଦାନ କରୁଛ। ଏହା ଶୁଣି ହଠାତ ତାଙ୍କ ପିତା କ୍ରୋଧରେ ଆସି କହିଥିଲେ ଯମଙ୍କୁ ଦାନ କଲି। ଏହାପରେ ନଚିକେତା ନିଜ ପିତାଙ୍କ ସତ୍ୟ ରକ୍ଷା କରି ଯମଙ୍କ ଦରବାରକୁ ଯାଇଥିଲେ।ଯମରାଜ ପିଲାଟି ଠାରୁ ସମସ୍ତ କଥା ଶୁଣି ପ୍ରସନ୍ନ ହୋଇ ତାଙ୍କୁ ବର ଦେଇଥିଲେ। ଯାହାର ସ୍ୱରୂପ ନଚିକେତା ପୁନଃ ତାଙ୍କ ପିତାଙ୍କ ନିକଟକୁ ଫେରିଆସିଥିଲେ।
ପିତୃମାତୃ ଭକ୍ତ ଶ୍ରବଣ କୁମାର –
ଶ୍ରବଣ କୁମାରଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି। ସେ ଏଭଳି ଜଣେ ପିତୃମାତୃ ଭକ୍ତ ଥିଲେ, ତାହା ସଭିଁଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛି। ଶ୍ରବଣଙ୍କ ପିତାମାତା ଅନ୍ଧ ଥିବାରୁ ସେ ଏକ ବାଡ଼ି ଓ ଦୁଇ ପଟେ ପାଚିଆ ରଖି ଭାର ଭଳି ପ୍ରସ୍ତୁତ କରି ନିଜ ମାତାପିତାଙ୍କୁ ସେଥିରେ ସମସ୍ତ ସ୍ଥାନକୁ ନେଉଥିଲେ।
ଲଙ୍କାଧିପତି ରାବଣଙ୍କ ପୁତ୍ର ଇନ୍ଦ୍ରଜିତ –
ରାମାୟଣ ବିଷୟରେ ତ ସଭିଁଙ୍କୁ ଜଣା। ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ହେଉଥିବା ସମୟରେ ରାବଣ ପୁଅ ଇନ୍ଦ୍ରଜିତ ଜାଣିଥିଲେ ପ୍ରଭୁ ରାମଙ୍କ ସହ ଯୁଦ୍ଧ କଲେ ତାଙ୍କ ମୃତ୍ୟୁ ନିଶ୍ଚିତ। ମାତ୍ର ପିତାଙ୍କ ଆଦେଶ ମାନି ସେ ଯୁଦ୍ଧକୁ ଯାଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories