www.samajalive.in
Monday, December 8, 2025
27.1 C
Bhubaneswar

ସଡକ ଦୁର୍ଘଟଣା; ୧ମୃତ ୨ ଆହତ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ଠାରେ ଆଜି ସକାଲ ୧୦ ଟା ସମୟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଘଟଣା ସ୍ଥଳରେ ଶୋଚନୀୟ ଭାବେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପୁଳିସ ସୁତ୍ରରୁ ଜଣାପଡିଛି। ସୂଚନା ଅନୁଯାୟୀ ସମ୍ବଲପୁର – ଧନକଉଡାର ମନୋରଞ୍ଜନ ପ୍ରଧାନ(ଟିଙ୍କୁ) (୨୮) ମିତେଶ ନାଏକ(୨୪)ଲେଲିନ୍ ସ୍ୱାଇଁ (୨୭) ଓଡି ୧୫ଏଫ୍-୭୧୯୨କାରରେ ଝାରସୁଗୁଡା ପଟରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଗୁରୁପାଲି ନିକଟରେ କାର୍ର ଆଗ ଚକ ଫାଟି ଯାଇଥିଲା। ଫଳରେ ଚାଳକ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ କାର୍ କିଛି ଦୂରରେ ଛିଡା ହୋଇଥିବା ଏକ ଟ୍ରକ୍ ରେ ଜୋର୍ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା। ଦୁର୍ଘଟଣାରେ ମନୋରଞ୍ଜନ ପ୍ରଧାନ ଓରଫ୍ ଟିଙ୍କୁର ମୁଣ୍ଡରେ ଗଭୀର ଅଘାତ ଲାଗିବାରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

 

- Advertisement -

କାର୍ରେ ଥିବା ଅନ୍ୟ ଦୁଇ ଜଣ ଯାତ୍ରୀ ମିତେଶ ଏବଂ ଲେଲିନ୍ ଗୁରୁତର ଆହତ ହୋଇଥିଲେ। ଖବର ପାଇ ରେଙ୍ଗାଲି ପୁଳିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହିତ ମନୋରଞ୍ଜନ(ଟିଙ୍କୁ)ଙ୍କ ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ରେଙ୍ଗାଲି ଆଇଆଇସି ଧବଲେଶ୍ୱର ସାହୁ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories