www.samajalive.in
Monday, December 8, 2025
27.1 C
Bhubaneswar

ଆଜି ପବିତ୍ର ଶୀତଳଷଷ୍ଠୀ : କରୋନା କଟକଣା ମଧ୍ୟରେ ହେବ ଦେବ ଦମ୍ପତିଙ୍କ ବିବାହ

ସମ୍ବଲପୁର : ଆଜି ହେଉଛି ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବ ଓ ମା’ପାର୍ବତୀଙ୍କ ବିବାହ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ କେବଳ ସେବାୟତଙ୍କ ଦ୍ୱାରା ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ନୀତିକାନ୍ତି ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ। ଆଜି ରାତିରେ ଦେବଦେବ ମହାଦେବ, ମା’ ପାର୍ବତୀଙ୍କ ସହ ବିବାହ ପାଇଁ ବର ବେଶରେ ବାହାରିବେ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଯାତ୍ରା କମିଟି ଓ ମା’ ପାର୍ବତୀଙ୍କୁ କନ୍ୟା ରୂପରେ ପାଇଥିବା ପରିବାର ଗୁଡିକରେ ସମସ୍ତ ପ୍ରସ୍ତୁତି କରାଯାଇଛି। ନନ୍ଦପଡା,ଝାଡୁଆପଡା, ମୁଦିପଡା ସମେତ ବଡବଜାର,ଠାକୁରପଡା,ବାଲିବନ୍ଧା ଆଦି ଯାତ୍ରା କମିଟି ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।
ଏହାସହ ବିଭିନ୍ନ ଶୈବପୀଠରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି କରାଯାଇଛି।

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories