www.samajalive.in
Monday, December 8, 2025
27.1 C
Bhubaneswar

ରାତାରାତି କୋଟିପତି ହେବା ନିଶା ; ଚରସ କାରବାର କରୁଥିଲେ ଦୁଇ ପୁଲିସ କନଷ୍ଟେବଳ

ଡେରାଡୁନ: ରାତାରାତି କୋଟିପତି ହେବା ନିଶା ଘାରିଲେ ଜଣେ ହିତାହିତ ଜ୍ଞାନ ହରାଇବା ସ୍ୱାଭାବିକ। ତାହା ଘଟିଛି ଦୁଇ ପୁଲିସ କନେଷ୍ଟବଳଙ୍କ କ୍ଷେତ୍ରରେ। ବିପୁଳ ଅର୍ଥ ଉପାର୍ଜନ ମୋହରେ ମାରାତ୍ମକ ନିଶାଦ୍ରବ୍ୟ ଚରସ ଚାଲାଣ କରୁଥିବା ଦୁଇ ପୁଲିସ କନେଷ୍ଟବଳ ଗିରଫ ହୋଇଛନ୍ତି। ତାଙ୍କ ସହିତ ଆଉ ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣା ଘଟିଛି ଉତ୍ତରାଖଣ୍ଡର ପିଥୋରାଗଡରେ।
ଏହି ଦୁଇ କନେଷ୍ଟବଳ ରାଜ୍ୟ ପୁଲିସର ସଶସ୍ତ୍ର ବାହିନୀରେ ଚାକିରି କରୁଛନ୍ତି। ତେବେ ଚରସ ଚୋରା ଚାଲାଣ ଓ କାରବାର ମାମଲାରେ ଉଦ୍ଧାମ ସିଂ ନଗରର କିଛା ପୁଲିସ ଅଧିକାରୀମାନେ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୮୦୦୮ କିଲୋଗ୍ରାମ ଚରସ ଜବତ କରିଛନ୍ତି। ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ପୁଲିସ ମହାନିର୍ଦ୍ଦେଶକ ଅଶୋକ କୁମାର। ଉଦ୍ଧାମ ସିଂ ନଗର ବରିଷ୍ଠ ପୁଲିସ ଅଧୀକ୍ଷକ ଦିଲୀପ ସିଂ କନୱର ସୂଚନାଦେଇ କହିଛନ୍ତି, କିଛା ଅନ୍ତର୍ଗତ ଲାଲପୁଲ ମଜାର କଲଭର୍ଟ ନିକଟରୁ ଗୋଟିଏ କାରରୁ ୧୦୯୪ କିଲୋଗ୍ରାମ ଏବଂ ଅନ୍ୟଏକ କାରରୁ ୬୯୧୪ କିଲୋଗ୍ରାମ ଚରସ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ପୁଲିସ କନେଷ୍ଟବଳ ହେଉଛନ୍ତି ଦୀପକ ପାଣ୍ଡେ ଏବଂ ପ୍ରାତ ସିଂ ବିଷ୍ଟ। ସେମାନେ ପିଥୋରାଗଡ ପୁଲିସ ଲାଇନ୍ସରେ ସଶସ୍ତ୍ର ପୁଲିସ ବାହିନୀରେ କାର୍ଯ୍ୟ କରୁଥିଲେ। ସେହିଭଳି ଅନ୍ୟଜଣେ ଅଭିଯୁକ୍ତ ବିପୁଳ ସାଲିଆଙ୍କ ବାପା ମଧ୍ୟ ନୈନିତାଲ ଜିଲାରେ ମୁଖ୍ୟ କନେଷ୍ଟବଳ ଭାବରେ କାର୍ଯ୍ୟ କରୁଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories