www.samajalive.in
Monday, December 8, 2025
27.1 C
Bhubaneswar

ଗର୍ଭବତୀ ମହିଳାଙ୍କ ପାଇଁ ଆରମ୍ଭ ହେଲା ସୁରକ୍ଷା କବଚ ଯୋଜନା

ପାତ୍ରପୁର : ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ପାତ୍ରପୁର ବ୍ଲକରେ ପ୍ରସୂତି ମହିଳା ଏବଂ ଶିଶୁ  ପାଇଁ ସୁରକ୍ଷା କବଚ ଯୋଜନା ଆରମ୍ଭ ହୋଇଛି। ଆଜି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରିଥିବା ତୁମ୍ବା ପଞ୍ଚାୟତ ବାଣପୁର ଗ୍ରାମର ମୋହନ ଶବରଙ୍କ ପତ୍ନୀ ରାଜେଶ୍ୱରୀ ଭୂୟାଁଙ୍କୁ ପ୍ରଥମ କୀଟ ପ୍ରଦାନ କରାଯାଇଛି। ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ସମ୍ବିତ କୁମାର ବେଗରାୟ ଏହି ମହିଳାଙ୍କୁ ସୁରକ୍ଷା କବଚ କୀଟ ପ୍ରଦାନ କରି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ବ୍ଲକର ଖ।ରିଆଗୁଡା, ଜରଦା, ବରଙ୍ଗ ଡାକ୍ତରଖାନାରେ ମହିଳାଙ୍କ ପ୍ରସବ ପାଇଁ ସୁବିଧା ଥିବା ବେଳେ ସେହି ସ୍ଥାନରେ ପ୍ରସୂତି ମାଆ ଶିଶୁଙ୍କୁ ଏହି କୀଟ ପ୍ରଦାନ କରାଯିବ। ଏହି କୀଟରେ ପ୍ରସୂତୀ ମାଆ ଏବଂ ଶିଶୁଙ୍କ ବିଭିନ୍ନ ଅବ୍ୟଶକ ଉପକରଣ ଯୋଗାଇ ଦିଆଯିବ। ଜିଲ୍ଲାର ପ୍ରଥମ ବ୍ଲକ ଭାବେ ପାତ୍ରପୁରରେ ଏହି ଯୋଜନା କାର୍ୟ୍ୟକାରୀ କରାଯାଇଛି। ଫଳରେ ଏହି ବ୍ଲକର ପ୍ରସୂତୀ ମାଆ ଶିଶୁ ଉପକୃତ ହୋଇ ପାରିବେ। ପ୍ରତି ମାସରେ ଏହି ବ୍ଲକରେ ୧୫୦ରୁ ଉର୍ଦ୍ଧ ମହିଳା ଏହି ଚାରିଗୋଟି ଡାକ୍ତରଖାନାରେ ପ୍ରସବ ପାଇଁ ଆସିଥାନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories