www.samajalive.in
Monday, December 8, 2025
20.1 C
Bhubaneswar

ମେସିଙ୍କ ରେକର୍ଡ ଭାଙ୍ଗିଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ସାରାବିଶ୍ୱରେ ଭାରତୀୟ ଫୁଟ୍‍ବଲର ପରିଚୟ ପାଲଟିଥିବା ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଫୁଟ୍‍ବଲ ଦୁନିଆରେ ସକ୍ରିୟ ରହିଥିବା ଖେଳାଳିଙ୍କ ମଧ୍ୟରେ ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ କରିବାରେ ବିଶ୍ୱରେ ୨ୟ ସ୍ଥାନରେ ପହଞ୍ଚିଛନ୍ତି ୩୬ ବର୍ଷ ବୟସ୍କ ଭାରତୀୟ ଫୁଟ୍‍ବଲର ସବୁଠାରୁ ବଡ଼ ତାରକା। ସୋମାବାର ଦୋହାଠାରେ ଫିଫା ବିଶ୍ୱକପ୍‍ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‍ ‘ଇ’ ମ୍ୟାଚ୍‍ରେ ବାଂଲାଦେଶ ବିପକ୍ଷରେ ଦଳ ପାଇଁ ୨ଟିଯାକ ଗୋଲ୍‍ ସ୍କୋର୍‍ କରିଥିଲେ ସୁନୀଲ ଛେତ୍ରୀ। ଫଳରେ ଆର୍ଜେଣ୍ଟିନାର ମହାନ୍‍ ଫୁଟ୍‍ବଲ ଖେଳାଳି ଲିଓନେଲ ମେସିଙ୍କୁ ମଧ୍ୟ ଛେତ୍ରୀ ପଛରେ ପକାଇ ଦେଇଛନ୍ତି। ୨୦୦୫ରୁ ଅଦ୍ୟାବଧି ୧୬ ବର୍ଷର କ୍ରିକେଟ୍‍ ଜୀବନରେ ମେସି ୧୪୩ଟି ଆନ୍ତର୍ଜାତିକ ମ୍ୟାଚ୍‍ ଖେଳି ୭୨ଟି ଗୋଲ୍‍ ଦେଇଛନ୍ତି। ବାଂଲାଦେଶ ବିପକ୍ଷରେ ତାଙ୍କର ୨ଟି ଗୋଲ୍‍କୁ ମିଶାଇ ଅଦ୍ୟାବଧି ସୁନୀଲ ଛେତ୍ରୀ ମଧ୍ୟ ୨୦୦୫ରେ ଭାରତ ପାଇଁ ତାଙ୍କର ଆନ୍ତର୍ଜାତିକ ଫୁଟ୍‍ବଲ ଜୀବନ ଆରମ୍ଭ କରିଥିଲେ।

 

- Advertisement -

ଏହି ୨୧ ବର୍ଷରେ ୧୧୭ଟି ଆନ୍ତର୍ଜାତିକ ମ୍ୟାଚ୍‍ ଖେଳି ୭୪ଟି ଗୋଲ୍‍ ସ୍କୋର୍‍ କରିଛନ୍ତି। ପର୍ତ୍ତୁଗାଲ୍‍ର ବିଶ୍ୱବନ୍ଦିତ ତାରକା ଫୁଟ୍‍ବଲର କ୍ରିଷ୍ଟିଆନୋ ରୋନାଲ୍‍ଡୋ ୧୦୩ଟି ଆନ୍ତର୍ଜାତିକ ଗୋଲ୍‍ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ବାଂଲାଦେଶ ବିପକ୍ଷରେ ୨ଟି ଗୋଲ୍‍ଦେଇ ସୁନୀଲ ଛେତ୍ରୀ କେବଳ ରୋନାଲ୍‍ଡୋଙ୍କୁ ନୁହେଁ; ୟୁଏଇର ଅଲୀ ମାବ୍‍ଖାଉଟ ୭୩ଟି ଆନ୍ତର୍ଜାତିକ ଗୋଲ୍‍ ସହ ୩ୟ ସ୍ଥାନରେ ରହିଛନ୍ତି। ପୋଲାଣ୍ଡର ଷ୍ଟ୍ରାଇକର ରବର୍ଟ ଲିୱାଣ୍ଡୋୱସ୍କି ୬୬ ଗୋଲ୍‍ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ଆଉ ଗୋଟିଏ ମାତ୍ର ଗୋଲ୍‍ ଦେଲେ ସୁନୀଲ ଛେତ୍ରୀ ସର୍ବକାଳୀନ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍‍ ସ୍କୋରର୍‍ ତାଲିକାର ଶୀର୍ଷ-୧୦ରେ ପହଞ୍ଚି ପାରିବେ। ଏବେ ହଙ୍ଗେରୀର ସାଣ୍ଡର କୋସିସ୍‍, ଜାପାନର କୁନିସିଗେ କାମାମୋଟୋ ଓ କୁଏତ୍‍ର ବସର୍‍ ଅବ୍‍ଦୁଲ୍ଲା ୭୫ଟି ଲେଖାଏଁ ଆନ୍ତର୍ଜାତିକ ଗୋଲ୍‍ ଦେଇ ଆନ୍ତର୍ଜାତିକ ଗୋଲ୍‍ ସ୍କୋରର୍‍ ତାଲିକାରେ ଶୀର୍ଷ-୧୦ରେ ରହିଛନ୍ତି। ଲିଓନେଲ ମେସିଙ୍କ ରେକର୍ଡ ଭାଙ୍ଗିବା ଯୋଗୁଁ ଛେତ୍ରୀଙ୍କୁ ସର୍ବଭାରତୀୟ ଫୁଟ୍‍ବଲ ମହାସଂଘ (ଏଆଇଏଫ୍‍ଏଫ୍‍) ଅଭିନନ୍ଦନ ଜଣାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories