www.samajalive.in
Monday, December 8, 2025
27.1 C
Bhubaneswar

ଗୁରୁଡିଝାଟିଆରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନାର ନୂତନ ଥାନା ଅଧିକାରୀ ଭାବରେ ରଞ୍ଜନ କୁମାର ପ୍ରଧାନ ଆଜି ଯୋଗଦାନ କରିଛନ୍ତି। ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର ଗୋପ ଓ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲାର ମାହାଙ୍ଗାରେ ଥାନା ଅଧିକାରୀ ଭାବରେ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ । ଜଣେ ଯୁବ ଥାନା ଅଧିକାରୀ ଭାବରେ ଗୁରୁଡିଝାଟିଆ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଭାତୃତ୍ୱ, ସଂହତି ପ୍ରତିଷ୍ଠା କରିବା ସହିତ ଅପରାଧିମାନଙ୍କୁ ଦୃଢ ହସ୍ତରେ ଦମନ କରିବା କୁ ପ୍ରାଥମିକତା ଦେବେ ବୋଲି “ସମାଜ”କୁ କହିଥିଲେ।

ପ୍ରକାଶଯୋଗ୍ୟ, ଗୁରୁଡିଝାଟିଆ ଥାନା ର ଥାନା ଅଧିକାରୀ ସମୀର କୁମାର ପଣ୍ଡା ପଦୋନ୍ନତି ପାଇ ଉପଆରକ୍ଷୀ ଅଧିକ୍ଷକ ଭାବରେ କଟକରେ ଯୋଗଦାନ କରିବା ପରେ ଗୁରୁଡିଝାଟିଆ ଥାନାଅଧିକାରୀ ପଦବୀ ଖାଲି ପଡିଥିଲା। ଆଜି ଶ୍ରୀ ପ୍ରଧାନ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories