www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଭୟରେ ଆସିଲେନି ସାହିପଡିଶା, ଶବ ସତ୍କାର କଲେ ସ୍ୱେଛାସେବୀ

ବୌଦ୍ଧ : କରୋନା ମହମାରୀ ସମୟରେ ଯେ କୌଣସି ସାଧାରଣ ମୃତ୍ୟୁ ହେଲେ ମଧ୍ୟ ସାହି ପଡିଶାଙ୍କ ସନ୍ଦେହ ବଢିବାରେ ଲାଗିଛି। ଫଳରେ ସ୍ୱାଭାବିକ ମୃତ୍ୟୁରେ ମଧ୍ୟ ମୃତ ବ୍ୟକ୍ତିଙ୍କୁ ସାହି ଭାଇଙ୍କ ଚାରି କାନ୍ଧ ମିଳିପାରୁନାହିଁ। ଏହିପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଗ୍ରାମରେ। ଗ୍ରାମର ଛକରେ ଭଡା ଘରେ ଦୁଇଝିଅ ଓ ପତ୍ନୀଙ୍କୁ ନେଇ ଏକ ଜଳଖିଆ ଦୋକାନ କରି ଚଳନ୍ତି ପଞ୍ଚାନନ ଭଞ୍ଜଙ୍କ ପରିବାର। କରୋନା ଗ୍ରାମାଞ୍ଚଳରେ ଉଗ୍ର ରୂପ ଧାରଣ କରିଥିବାବେଳେ ପରିବାର ପରିବାର ମଧ୍ୟରେ ଦୂରତା ମଧ୍ୟ ସୃଷ୍ଟି ହେବାରେ ଲାଗିଛି। ଏହିଭଳି ସମୟରେ ଆଜି ପଞ୍ଚାନନ(୬୫)ଙ୍କ ଆଜି ସକାଳୁ ମୃତ୍ୟୁ ହୋଇଯାଇଥିଲା। ଗତକାଲି ରାତ୍ରିରେ ଦୁଇ ତିନିଥର ଝାଡା ହେବାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘରେ ଆଉ କୌଣସି ପୁରୁଷ ପିଲା ନ ଥିବାବେଳେ ସାହି ପଡିଶା କରୋନା ଭୟରେ ଶବ ସତ୍କାର ପାଇଁ ନ ଆସିବାରୁ ପତ୍ନୀ ଓ ଦୁଇ ଝିଅ ଅସହାୟ ହୋଇପଡିଥିଲେ।

ଏହି ସୂଚନା ସରପଞ୍ଚ ନଳିନୀ ପଲିଆଙ୍କ ନିକଟରେ ପହଞ୍ଚିବାପରେ ସେ ଶବ ସତ୍କାର ପାଇଁ ବୌଦ୍ଧର ଗଙ୍ଗାଧର ମେହେର ସ୍ୱେଛାସେବୀ ସମିତିକୁ ଅନୁରୋଧ କରିଥିଲେ। ସଂଗଠନର ସଂଯୋଜକ ରାମଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ମଳୟ ବାରିକ,ରାଜୁ ମେହେର,ସୁମନ୍ତ ମେହେର,ବିକାଶ ମେହେର ଓ ଇନ୍ଦ୍ରମଣି ମେହେର ତେଲିବନ୍ଧରେ ତୁରନ୍ତ ପହଞ୍ଚି ଯଥା ରିତିନିତୀ ଅନୁଯାୟୀ ଶବସତ୍କାର କରିଥିଲେ। ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ଓ ସରପଞ୍ଚ ଶ୍ରୀମତୀ ପଲିଆ ସହଯୋଗ ଯୋଗାଇଦେଇଥିଲେ। ଏହାବ୍ୟତୀତ ସରପଞ୍ଚଙ୍କ ସଂପର୍କିୟ ଶ୍ରୀନିବାସ ପ୍ରଧାନ,ମାନଗୋବିନ୍ଦ ପ୍ରଧାନ,ଜିତୁ ସାହୁ,ସୁରୋଶ ନାୟକ,ସୁରେନ୍ଦ୍ର ଭୋଇ ଓ ମୁଣ୍ଡାପଡା ସମିତିସଭ୍ୟ ସଞ୍ଜୟ ପ୍ରଧାନ ପ୍ରମୁଖ ଶବସତ୍କାରରେ ସହଯୋଗ କରିଥିଲେ। ତେବେ ଗ୍ରାମାଞ୍ଚଳରେ କରୋନାକୁ ନେଇ ରହିଥିବା ଭୟର ବାତାବରଣ ଯୋଗୁଁ ଜଣେ ସ୍ୱାଭିବିକ ମୃତ୍ୟୁ ପରେ ମଧ୍ୟ ସାହିପଡିଶା ଶବସତ୍କାରରେ ସାମିଲ ନହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories