www.samajalive.in
Monday, December 8, 2025
20.1 C
Bhubaneswar

ହଜାର ବର୍ଷ ପୁରୁଣା ଜେଲ ଏବେ ବିଳାସପୂର୍ଣ୍ଣ ହୋଟେଲ ; ଜାଣନ୍ତୁ ଦିନକର ଭଡା

ଜେଲ ଏପରି ଏକ ସ୍ଥାନ ଯେଉଁଠାରେ ଚୋରି,ଡକାୟତି ଠାରୁ ଆରମ୍ଭ କରି ଅନ୍ୟ ଅପରାଧୀଙ୍କୁ ଦଣ୍ଡ ଭୋଗିବାକୁ ରଖାଯାଇଥାଏ। ସାରା ଦୁନିଆରେ ଏଭଳି ବହୁ ଜେଲ ଅଛି ଯେଉଁଠାରେ କଏଦୀ ଭର୍ତ୍ତି ହୋଇ ରହିଛନ୍ତି। କିଛି ଦେଶରେ ଜେଲରେ ଖୁବ କମ କଏଦୀ ରହିଛନ୍ତି। କିଛି ଦେଶରେ ଜେଲକୁ ହୋଟେଲରେ ପରିବର୍ତ୍ତିତ କରାଯାଉଛି। ଏଭଳି ହିଁ ଏକ ଘଟଣା ଇଂଲଣ୍ଡର ବୋଡମିନ୍‍ ଅଞ୍ଚଳରେ। ଏଠାରେ ହଜାର ହଜାର ବର୍ଷ ପୁରୁଣା ଜେଲକୁ ହୋଟେଲରେ ପରିବର୍ତ୍ତନ କରାଯାଇଛି। ଏହି ବିଳାସପୂର୍ଣ୍ଣ ହୋଟେଲରେ ରହିବା ସମୟରେ ଲୋକଙ୍କୁ ଆଦୌ ଅନୁଭବ ହୋଇନଥାଏ ସେମାନେ ଜେଲରେ ରହିଛନ୍ତି ବୋଲି। ଏହି ହେଟେଲର ବଗିଚାରେ ବୁଲିବା ସମୟରେ ଆଦୌ ଅନୁଭବ ହେବା ନାହିଁ , ଏଠାରେ କେବେ କୌଣସି କଏଦୀକୁ ଫାଶି ଦିଆଯାଇଥିଲା।
ପ୍ରାୟ ୨୪୦ ବର୍ଷ ପୂର୍ବେ ଏହି ଜେଲର ନିର୍ମାଣ କରାଯାଇଥିଲା। ଯାହାକୁ ୧୯୨୦ରେ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ଜେଲର ୭୦ କକ୍ଷକୁ ହୋଟେଲ ଭାବେ ବ୍ୟବହାର କରାଯାଉଛି। ଜେଲକୁ ହୋଟେଲରେ ପରିବର୍ତ୍ତନ କରିବାକୁ ୬ ବର୍ଷ ସମୟ ଲାଗିଥିଲା। ଏହାସହ ୫ କୋଟି ପାଉଣ୍ଡ (୫୧୬) କୋଟି ଖର୍ଚ୍ଚ କରାଯାଇଥିଲା।
ଇଂଲଣ୍ଡର ସବୁଠାରୁ ଆକର୍ଷଣୀୟ ଅଞ୍ଚଳ ମଧ୍ୟରେ ଗୋଟିଏ ବୋଡମିନ୍‍ । ଏହି ହୋଟେଲରେ ରହିବା ପାଇଁ ଗୋଟିଏ ରାତିର ଭଡା ପ୍ରାୟ ୨୦ ହଜାର। କେବଳ ଏହି ହୋଟେଲ ନୁହେଁ ବରଂ ଅନ୍ୟ ଏଭଳି ଅନେକ ଜେଲକୁ ହୋଟେଲରେ ପରିବର୍ତ୍ତିତ କରାଯାଇଛି, ଯେଉଁଠାରେ କଏଦୀ ରହୁଥିଲେ। ଏଭଳି ଭାବେ ଏହାର କକ୍ଷ ଓ ସମ୍ପୂର୍ଣ୍ଣ ଜେଲକୁ ସଜାଇଯାଇଛି , ଏହା ଜେଲ ଭଳି ଅନୁଭବ ହିଁ ହେଉନାହିଁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories