www.samajalive.in
Monday, December 8, 2025
27.1 C
Bhubaneswar

ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ

ଆରଡି: ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ୟାପିତା ମନୋନୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ୟ ଲାଭ କରିଥିବା ବେଳେ କନ୍ୟାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି। ଆଜି ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା କାର୍ୟ୍ୟ ସମ୍ପନ୍ନ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଥିଲା। ମଧ୍ୟାହ୍ନରେ ବରପିତାଙ୍କ ଘରୁ ଏକ ସୁସଜ୍ଜିତ ଲଗ୍ନଥାଳି କନ୍ୟାଘର ଅଭିମୁଖେ ବାହାରିଥିଲା। ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ କୋଭିଡ ନିୟମ ଅନୁଯାୟୀ ସମସ୍ତ ମାଙ୍ଗଳିକ ନୀତି ସମ୍ପନ୍ନ ନିମନ୍ତେ ଜିଲାପାଳ ପରାମର୍ଶ ଦେଇଛନ୍ତି।


ମହାମାରୀ କରୋନା ପାଇଁ ଦୀର୍ଘମାସ ହେବ ସମସ୍ତ ମନ୍ଦିର ଓ ମଠ ପରି ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିଲେ ମଧ୍ୟ ଦୈନନ୍ଦିନ ନୀତିକାନ୍ତି ସହ ସମସ୍ତ ପର୍ବପର୍ବାଣୀରେ ଅନୁଷ୍ଠିତ ହେଉଥିବା ନୀତିପୂଜା ସେବାୟତମାନେ ନିଜେ ବହନ କରି ଆସୁଛନ୍ତି। ହେଲେ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମସିହା ମାର୍ଚ୍ଚମାସ ଠାରୁ ଆଜି ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଥିବାରୁ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ ଆସୁନଥିବାରୁ ଦାନଦକ୍ଷିଣା ବିନା ସେବାୟତଙ୍କ ଆର୍ଥିକ ସ୍ଥିତି ଦୃବଳ ହୋଇ ପଡିଥିବା ସେବାୟତ ସନ୍ତୋଷ ପାଢୀ, ଜୀବନାନନ୍ଦ ପାଢୀ, ପପୁନ ପାଢୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏମାନଙ୍କ କହିବା ଅନୁଯାୟୀ ମଣିବାବାଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ବର୍ତ୍ତମାନ ସମୟରେ ୫ରୁ୭ହଜାର ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ରାଶି ଯୋଗାଇ ଦିଆଯାଏ ନାହିଁ। ହେଲେ ମହାମାରୀ କରୋନା ସମୟରେ ମଣିବାବାଙ୍କ ନୀତିକାନ୍ତିର ସୁପରିଚାଳନା ନିମନ୍ତେ ଆର୍ଥିକ ସହାୟତା ରାଶି ଯୋଗାଇ ଦେବା ପାଇଁ ସେବାୟତ ଜିଲାପାଳ, ଉପଜିଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ କେହି ନଶୁଣିବାରୁ ଶେଷରେ ମନ୍ଦିରର ସେବାୟତ ଆରଡିପୀଠରୁ ଭଦ୍ରକ ଯାଇ ଜିଲାପାଳଙ୍କୁ ଭେଟିବା ସହ ତୁରନ୍ତ ନୀତିକାନ୍ତି ପାଇଁ ଆର୍ଥିକ ସହାୟତା ରାଶି ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଯଦି ଆଗାମୀ ଦିନରେ ଆର୍ଥିକ ସହାୟତା ଯୋଗାଇ ନଦିଆଯାଏ ତାହାଲେ ନୀତିକାନ୍ତି ବନ୍ଦ ହେବ ବୋଲି ଆଶଙ୍କା ଦେଖା ଦେଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories