www.samajalive.in
Monday, December 8, 2025
17.1 C
Bhubaneswar

ରାମଦେବଙ୍କୁ ଡାକ୍ତରଙ୍କ ବିରୋଧ, ଜୁନ ୧ରେ ଦେଶବ୍ୟାପୀ ପାଳିବେ କଳାଦିବସ

ନୂଆଦିଲ୍ଲୀ: ଏଲୋପାଥି ଏବଂ ଆୟୁର୍ବେଦ ଚିକିତ୍ସାକୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ମନ୍ତବ୍ୟକୁ ଡାକ୍ତରମାନେ ବିରୋଧ କରିଛନ୍ତି। ଫଳରେ ରାମଦେବଙ୍କ ପାଇଁ ଏବେ ଧୀରେ ଧୀରେ ଅଡୁଆ ବଢ଼ିବାରେ ଲାଗିଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏଶନ (ଏଫଏଆଇଏମଏ) ରାମଦେବଙ୍କୁ ଆଇନଗତ ନୋଟିସ ପଠାଇଛି। ଏବେ ଫେଡେରେଶନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଇଣ୍ଡିଆ ପକ୍ଷରୁ ରାମଦେବଙ୍କ ମନ୍ତବ୍ୟ ପ୍ରତିବାଦରେ ଦେଶବ୍ୟାପୀ ଜୁନ ୧ ତାରିଖକୁ କଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି। ଏହି ଦିନ ଦେଶବ୍ୟାପୀ ସମସ୍ତ ଡାକ୍ତରମାନେ କଳାବ୍ୟାଜ ପରିଧାନ କରି ନିଜର କାର୍ଯ୍ୟ କରିବେ।

କରୋନାର ଟିକାକରଣ ଏବଂ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ମନ୍ତବ୍ୟ ଉପରେ ସଂଘ ଅସନ୍ତୋଷ ପ୍ରକାଶ କରିଛି। ରାମଦେବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସଂଘ ବିରୋଧକୁ ଅଧିକ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ଫେଡେରେଶନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଇଣ୍ଡିଆର ଅଧ୍ୟକ୍ଷ ଡା. ମନଷ କହିଛନ୍ତି ଯେ, ସଂସ୍ଥା ସହିତ ଜଡ଼ିତ ଦେଶର ସମସ୍ତ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଜୁନ ୧କୁ କଳାଦିବସ ଭାବେ ପାଳନ କରିବେ।

- Advertisement -

ଡା. ମନୀଷ କହିଛନ୍ତି ଯେ, କରୋନା ଡ୍ୟୁଟି କରୁଥିବା ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀ ପିପିଇ କିଟ୍‌ ଉପରେ କଳାବ୍ୟାଜ ବାନ୍ଧି କାମ କରିବେ। ଏହା ସହିତ ହ୍ବାଟ୍‌ସଆପ୍‌ରେ ନିଜର ଡିପିକୁ କଳା କରିବେ। ରାମଦେବ ଏଭଳି ମନ୍ତବ୍ୟ ଦେଇ ସରକାରଙ୍କ ତରଫରୁ କରାଯାଉଥିବା ଟିକାକରଣ ବିରୋଧରେ ଏକ ମିଥ୍ୟା ଏବଂ ଭ୍ରମାତ୍ମକ ବାର୍ତ୍ତା ପ୍ରଚାର କରୁଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories