www.samajalive.in
Monday, December 8, 2025
17.1 C
Bhubaneswar

ଚିନ୍ତା ବଢ଼ାଉଛି ଧଳା କବକ ସଂକ୍ରମଣ; ରୋଗୀଙ୍କ ଅନ୍ତ୍ରନଳୀରେ ହୋଇଯାଉଛି ଛିଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କଳା କବକ ଏବଂ ଧଳା କବକ ସଂକ୍ରମଣ ଚିନ୍ତା ବଢ଼ାଉଛି। ଦେଶର ବିଭିନ୍ନ ରାଜ୍ୟରେ କଳା କବକ ସଂକ୍ରମଣ ବୃଦ୍ଧି ପାଉଥିବାବେ​‌ଳେ ଏବେ ଧଳା କବକ ସଂକ୍ରମଣ ରୋଗୀଙ୍କ ଜୀବନ ପ୍ରତି ନୂଆ ବିପଦ ସୃଷ୍ଟି କରିଛି। କଳା କବକଠାରୁ ଧଳା କବକ ସଂକ୍ରମଣ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏପରି କି ଧଳା କବକ ଯୋଗୁ ରୋଗୀଙ୍କ ଅନ୍ତ୍ରନଳୀରେ ଛିଦ୍ର ହୋଇଉଯାଉଛି। ରାଜଧାନୀ ନୂଆଦିଲ୍ଲୀରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି।

ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ଏହି ନୂଆ ମାମଲା ସମ୍ପର୍କରେ ସୂଚନା ଦିଆଯାଇଛି। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁସାରେ, ଗତ ମେ ୧୩ ତାରିଖରେ ଜଣେ ୪୯ ବର୍ଷୀୟା ମହିଳାଙ୍କୁ ଡାକ୍ତରଖାନାର ଜରୁରିକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ମହିଳାଙ୍କ ବାନ୍ତି ହେଉଥିଲା। ସେ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ କିଛି ଦିନ ପୂର୍ବେ ତାଙ୍କୁ କେମୋ ଦିଆଯାଇଥିଲା।

- Advertisement -

ଡାକ୍ତରଖାନାରେ ମହିଳାଙ୍କର ସିଟି ସ୍କାନ କରାଯିବା ପରେ ତାଙ୍କ ଅନ୍ତ୍ରନଳୀରେ ଛିଦ୍ର ହୋଇଥିବା ଜଣାପଡ଼ିଥିଲା। ଏକ ଡାକ୍ତରୀ ଟିମ୍‌ ୪ ଘଣ୍ଟା ଧରି ଅପରେଶନ କରି ମହିଳାଙ୍କ ଖାଦ୍ୟ ନଳୀ, ଛୋଟ ଅନ୍ତ୍ରନଳୀ ଏବଂ ବଡ଼ ଅନ୍ତ୍ରନଳୀରେ ହୋଇଥିବା ଛିଦ୍ରକୁ ବନ୍ଦ କରିଥିଲେ। ଡାକ୍ତରଖାନାର ଡା. ଅନିଲ ଅରୋରା କୁହନ୍ତି, ଅନ୍ତ୍ରନଳୀରୁ ବାହାରିଥିବା ମାଂସର ନମୁନା ସଂଗ୍ରହ କରି ବାୟୋପ୍ସି କରାଯିବା ଦ୍ବାରା ଧଳା କବକ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories