www.samajalive.in
Monday, December 8, 2025
20.1 C
Bhubaneswar

ବାତ୍ୟା ‘ୟାସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ

ଭୁବନେଶ୍ୱର : ବାତ୍ୟା ‘ୟାସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହୋଇଛି। ଉପକୂଳ ଅତ୍ରିକମ ସମୟରେ ପବନ ୧୩୦ ରୁ ୧୫୦ ଥିଲା । ଏହାସହ ଆଗାମୀ ୩ ଘଣ୍ଟାରେ ଏହା ଦୁର୍ବଳ ହେବ । ପବନର ବେଗ ହ୍ରାସ ପାଇ ୯୦ ରୁ ୧୦୦ କିମିକୁ ଖସିବ। ପରବର୍ତ୍ତୀ ୬ ଘଣ୍ଟାରେ ପବନ ବେଗ ୬୦ କିମିକୁ ଖସିବ। ଆସନ୍ତା କାଲି ସକାଳେ ଏହା ଡିପ୍‍ ଡ୍ରିପ୍ରେସନ ହୋଇ ଝାଡଖଣ୍ଡ ଯିବ। ଏହାସହ ୧୨ ଘଣ୍ଟା ଯାଏଁ ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସାମୁଦ୍ରିକ ଜୁଆର କମିଛି, ଏବେ ଏହା ୨ ମିଟର ପର୍ଯ୍ୟନ୍ତ ଉଠିପାରେ।
ବାତ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ବାତ୍ୟା ଉପକୂଳ ଅତିକ୍ରମ କରିଥିବା ବେଳେ ସର୍ବାଧିକ ୧୩୦ ରୁ ୧୪୦ କିମି ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡିଥିବା ସହ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ନେଇ ସୂଚନା ମିଳିଛି। ସେହିପରି ପବନର ବେଗ କ୍ରମେ ମୟୁରଭଞ୍ଜରେ ବଢିବାକୁ ଲାଗିବ। ଆଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

 

- Advertisement -

 

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories