www.samajalive.in
Monday, December 8, 2025
20.1 C
Bhubaneswar

ବନ୍ଦ ହେବ କି ଏହି ସମସ୍ତ ସୋସିଆଲ ମିଡିଆ !

ନୂଆଦିଲ୍ଲୀ : ସୋସିଆଲ ମିଡିଆ କମ୍ପାନୀ ଗୁଡିକୁ ଫେବୃଆରୀରେ କିଛି ନିୟମ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାର ଉକ୍ତ କମ୍ପାନୀ ଗୁଡିକୁ ତିନି ମାସ ସମୟ ଅବଧି ଦେଇଥିଲେ। ଏହା ଆସନ୍ତା ୨୬ରେ ଶେଷ ହେବ।
ଏଯାଏଁ ସରକାର ଦେଇଥିବା ନିୟମାବଳୀକୁ ଉକ୍ତ କମ୍ପାନୀ ଗୁଡିକ ପାଳନ କରି ନାହାନ୍ତି ବୋଲି ବୋଲି ସୂଚନା ମିଳିଛି। ତେଣୁ ୨ ଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆଦିର ସେବା ବନ୍ଦ ହୋଇଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପେ୍ଲନ୍ସ ଅଧିକାରୀ, ନୋଡାଲ ଅଧିକାରୀ ଆଦିଙ୍କୁ ନିଯୁକ୍ତି ନେଇ କୁହାଯାଇଥିଲା। ଏହି ଅଧିକାରୀମାନେ ଭାରତୀୟ ହୋଇଥିବେ ବୋଲି ମଧ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି କରିଥିଲେ। ମାତ୍ର ସୋସିଆଲ କମ୍ପାନୀ ଗୁଡିକ ଏଯାଏଁ ଉକ୍ତ ନିୟମାବଳୀ ପାଳନ କରି ନାହାନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ବହୁ ଅପରାଧିକ ମାମଲା ସୃଷ୍ଟି ହେବା ସହ ନାନା ସମସ୍ୟା ମଧ୍ୟ ଦେଖାଯାଉଛି। ତେଣୁ ଏହା ଉପରେ ରୋକ ଲଗାଇବା ପାଇଁ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମ୍ବିଧାନର ଧାରା ୧୯ଏରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି। ସୋସିଆଲ ମିଡିଆରେ ଭୁଲ , ମିଛ ତଥ୍ୟ , ହିଂସା ସୃଷ୍ଟି କରିବା ଭଳି ପୋଷ୍ଟର ଶେୟାର କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେ କେହି ମଧ୍ୟ ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ଏହାପରେ ଫେବୃଆରୀ ୨୫ରେ ଭାରତ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ସୋସିଆଲ ମିଡିଆ କମ୍ପାନୀ ଗୁଡିକକୁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ନିୟମ ଅନୁଯାୟୀ ହିଁ ଏହି କମ୍ପାନୀ ଗୁଡିକ ଦେଶରେ କାମ କରିବା ଆବଶ୍ୟକ ବୋଲି କହିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories