www.samajalive.in
Monday, December 8, 2025
27.1 C
Bhubaneswar

ବାତ୍ୟା ୟସ୍ ପୂର୍ବରୁ କଳାକାରଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଯଜ୍ବା’

ଭୂବନେଶ୍ୱର: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦୁନିଆରେ ସବୁଠୁ ବଡ଼ ମଣିଷ ପଣିଆ। ବିପଦବେଳେ ମଣିଷ ପଣିଆ ଦେଖାଇ ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ଜନସାଧାରଣଙ୍କୁ ନିଷ୍ଠାପର ସେବା ଯୋଗା ସଫଦର୍ ହାସିମ୍ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଲୋକଙ୍କ ସଂକଟବେଳେ ପାଇଁ ସବୁବେଳେ ସବୁ ସମୟରେ ସେମାନଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଥାନ୍ତି। ଦୀର୍ଘ ୩୦ବର୍ଷ ଧରି ଏଭଳି ସେବା ଯୋଗାଇ ଦେଇ ଆସୁଛନ୍ତି ସଫଦର୍ ହାସିମ୍। ଜଣେ ମଧ୍ୟବିତ ପରିବାରରୁ ଆସି ନିଜ ଗୋଡରେ ନିଜେ ଠିଆ ହୋଇ ଏବେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ସଫଦର୍ ହାସିମ୍ କେବଳ ଯେ ଅସହାୟ ଲୋକଙ୍କୁ କରୋନାରେ ସହଯୋଗ କରିଛନ୍ତି ତାହା ନୁହେଁ ବରଂ ପଶୁପକ୍ଷୀମାନଙ୍କୁ ଏପରି ସମୟରେ ଖାଇବାକୁ ଯୋଗାଇ ଦେଇ ଆସୁଛନ୍ତି। ସମ୍ପ୍ରତି କରୋନା କହରରେ ସାରା ରାଜ୍ୟ କବଳିତ। ଏପରି ଏକ ଘଡିସନ୍ଧି ସମୟରେ ରାଜ୍ୟରେ ବହୁ କଳାକାର ବି ବହୁ ଅସୁବିଧାରେ ଜୀବନ କାଟୁଛନ୍ତି। ଏହି ସମୟରେ କଳାକାରମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ସହଯୋଗର ହାତ ବଢାଇଛି ଯଜ୍ବା ଅନୁଷ୍ଠାନ। ଏ ନେଇ ଆଜି ପଟିଆସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଯଜ୍ବା’ର ମୁଖ୍ୟ କାର୍ଯ୍ୟାଳୟରେ କୋଭିଡ୍ ନିୟମ ପାଳନ ପୂର୍ବକ ଅନୁଷ୍ଠାନର ଅଧ୍ୟକ୍ଷ ସଫଦର୍ ହାସିମଙ୍କ ନେତୃତ୍ୱରେ ୪ଟି ପର୍ଯ୍ୟାୟରେ ୯୦ଜଣ କଳାକାରମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍ ବଂଟନ କରାଯାଇଛି। ବିଶେଷ କରି ବାତ୍ୟା ୟସକୁ ଦୃଷ୍ଟିରେ ରଖି ଏହି ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ଓଡିଆ ଚଳଚ୍ଚିତ୍ର ଜଗତ ଓ ସିରିଏଲ୍ରେ କାର୍ଯ୍ୟରତ ବହୁ ଟେକ୍ନିସିଆନ୍, ଲାଇଟ୍ ବଏ, ସ୍ପଟ୍ ବଏ, ଜୁନିୟର ଆର୍ଟିଷ୍ଟ ପ୍ରମୁଖଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ଲୋକପ୍ରିୟ ତଥା ବରିଷ୍ଠ ସିନେ ଅଭିନେତା ଶ୍ରୀତମ ଦାସ, ବରିଷ୍ଠ ହାସ୍ୟ ଅଭିନେତା ପପୁ ପମପମ , ଅଭିନେତା ବାବୁ ରାଜା ଓ ହୃଷୀକେଶ ଦାସ ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୁ କୋଭିଡ୍ ନିୟମାନୁସାରେ ରାସନ୍ ସାମଗ୍ରୀ ବଣ୍ଟନ କରିଥିଲେ। ସମସ୍ତେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ରାସନ୍ ସାମଗ୍ରୀ ଗ୍ରହଣ କରିଥିଲେ। ଆଗକୁ ଆହୁରି କଳାକାରମାନଙ୍କୁ ଏହିଭଳି ସହାୟତା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ସଫଦର୍ ହାସିମ୍। ତେବେ ଯଜ୍ବାର ଏହି ପ୍ରୟାସକୁ ସବୁଆଡୁ ପ୍ରଶଂସା କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories