www.samajalive.in
Monday, December 8, 2025
27.1 C
Bhubaneswar

ଘରୋଇ ସହାୟିକାଙ୍କୁ ସହାୟତା ପ୍ରଦାନ

ବ୍ରହ୍ମପୁର: କରୋନା କାଳରେ ଘରୋଇ ସହାୟିକାମାନେ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। କରୋନା ସଂକ୍ରମଣ ଭୟରେ ଘର ମାଲିକମାନେ ଏହି ବର୍ଗର ମହିଳାଙ୍କୁ ନିଜ ନିଜ ଘରମାନଙ୍କରେ କାମରୁ ଛଟେଇ କରି ଦେଉଛନ୍ତି।ଏହି ପରିପ୍ରେକ୍ଷୀରେ ବହୁତ କଷ୍ଟରେ ପରିବାର ଚଳାଉଥିବା ପ୍ରାୟ ସତୁରୀ ଜଣ ମହିଳାଙ୍କୁ ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ସହାୟତାର ହାତ ବଢ଼ାଇଛନ୍ତି। ସୋମବାର ପୀତବାସ ପଣ୍ଡା ଘରୋଇ ସହାୟିକାମାନଙ୍କୁ ଗୋଟିଏ ଲେଖାଏଁ ୨୫କିଲୋ ଚାଉଳ ବସ୍ତା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଶ୍ରମିକ ନେତା ଭୋକଲି ସେଠି, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ରଞ୍ଜନ ତରେଇ, ପୂର୍ଣ୍ଣ ଚନ୍ଦ୍ର ହୋତା, ସୁନୀଲ ଜେନା, ଅନିରୁଦ୍ଧ ପାତ୍ର, ପ୍ରଶାନ୍ତ ସାହୁ, କୃଷ୍ଟ ମହାପାତ୍ର, ପ୍ରଫୁଲ୍ଲ ଘଡେଇ, ଆରତୀ ପଟ୍ଟନାୟକ, ଶ୍ରୁତିମୟୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories