ପାଟଣା : ପାଟଣା ଅବକାରୀ କାର୍ଯ୍ୟାଳୟଟି ପାଟଣା-କେନ୍ଦେଇପଶି ରାସ୍ତାର ବାଦୁଡିଘେରା ନିକଟରେ ଥିବାବେଳେ ସର୍ବନିମ୍ନ ସୁବିଧା ଅଭାବରୁ କାର୍ଯ୍ୟାଳୟଟି ଅଦରକାରୀ ହୋଇ ପଡ଼ିରହିଛି । ଏଠାରେ ବିଦ୍ୟୁତ ସଂଯୋଗ ହୋଇନଥିବାରୁ କାର୍ଯ୍ୟାଳୟର କମ୍ପ୍ୟୁଟର ଖତ ଖାଉଥିବା ଦେଖାଯାଉଛି। ସେହିପରି ଏଠାରେ ବସିଥିବା ଏକ ହାତ ମରା ନଳକୂପଟିରୁ ଦୁର୍ଗନ୍ଧ ଯୁକ୍ତ ନାଳିଆ ପାଣି ବାହାରୁ ଥିବାରୁ କର୍ମଚାରୀଙ୍କୁ ପିଇବା ପାଣି ମଧ୍ୟ ମିଳି ପାରୁ ନାହିଁ। ଯାହା ଫଳରେ ମାସରେ ୨୫ ଦିନ ଅବକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖାଯାଉଛି। ଏନେଇ ପାଟଣା ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରାଯିବାରେ ଅବକାରୀ ବିଭାଗ ଆବେଦନ ସହ ଅର୍ଥ ପଇଠ କରି ନଥିବାରୁ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ।
Popular Categories



