www.samajalive.in
Monday, December 8, 2025
27.1 C
Bhubaneswar

ମୋହନାରେ ଗଡିଲା ରାଜସ୍ଵ ରଥ

ମୋହନା: ସ୍ଥାନୀୟ ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି । ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଦ୍ୱାରା ଏହା ଉଦ୍‌ଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ୫-ଟି କାର୍ୟ୍ୟକ୍ରମରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ମହାମାରୀ ଦିନକୁ ଦିନ ଦୃତ ଗତିରେ ସଂକ୍ରମଣ ହେଉଥିବାରୁ କଟକଣା କଡାକଡି କରାଯାଇଛି। ରାଜସ୍ଵ ବିଭାଗର ସମସ୍ତ ପ୍ରକାର ସେବା ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ ଘରେ ଘରେ ପହଞ୍ଚାଇବା ରାଜସ୍ଵ ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି । ଲୋକେ ଘରେ ବସି ଏହି ସେବା ସୁବିଧାରେ ପାଇ ପାରିବେ । ଏହା ଦ୍ଵାରା ଲୋକଙ୍କ ଆୟ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ମ୍ୟୁଟେସନ ଓ ଜମିବାଡି ସମ୍ବନ୍ଧୀୟ ପ୍ରମାଣପତ୍ର ସୁବିଧାରେ ପ୍ରଶାସନ ଯୋଗାଇଦେବ। ଏହି ପରିପେକ୍ଷୀରେ ମୋହନା ରାଜସ୍ଵ ମଣ୍ଡଳର କିଛି ସାହିକୁ ରଥ ଯାଇ ଲୋକଙ୍କୁ ସଚେତନ କରାଇବା ସହିତ ୧୦ ଜଣ ପ୍ରଜାଙ୍କୁ ଜମି ପଟ୍ଟା ଅତିରିକ୍ତ ତହସିଲଦାର ପ୍ରଦାନ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories