www.samajalive.in
Monday, December 8, 2025
20.1 C
Bhubaneswar

ଅମାନିଆଙ୍କ ଲାଗି ଦଶା ଭୋଗୁଛନ୍ତି ଗ୍ରାମାଞ୍ଚଳର ନିରୀହ ଲୋକେ

ନବରଙ୍ଗପୁର : କିଛି ଅମାନିଆ ମାନିଲେ ନାହିଁ ସରକାରୀ ନିୟମକୁ ,ସମସ୍ତେ ଯଦି ନିୟମ ମାନି ଚଳିଥାନ୍ତେ  ତାଲାବନ୍ଦର ପରିସ୍ଥିତି ହେଇ ନଥାନ୍ତା କି କରୋନାରେ କେହି ଜୀବନ ହାରି ନଥାନ୍ତେ ବୋଲି ଆଦିବାସୀ ଭାଷାରେ ନିଜ ଦୁଃଖ ପ୍ରକାଶ କରୁଛନ୍ତି ଗ୍ରାମଞ୍ଚଳର ଗରିବ ଲୋକମାନେ। ପେଟ ଚାଖଣ୍ଡକ ପାଇଁ ପ୍ରତିଦିନ ସହରକୁ ଜୀବିକା ପାଇଁ ଆସିଥାନ୍ତି ନବରଙ୍ଗପୁର ଜିଲ୍ଲା ସଦରମହାକୁମା ଆଖ ପାଖ ରେ ଥିବା ଗ୍ରାମଞ୍ଚଳର ଲୋକେ ।
ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମର କିଛି କ୍ଷୁଦ୍ର ପନିପରିବା ଚାଷୀ ନିଜ ବିଲରେ ଅମଳ କରିଥିବା ବାଇଗଣ ,କଲରା, ଶାଗ ଆଦି ପନିପରିବାକୁ ନିଜ ମୁଣ୍ଡରେ ବୋହି ଚାଲି ଚାଲି ଦୀର୍ଘ ୧୦ କିମି ଆସି ନବରଙ୍ଗପୁର ସହର ସ୍ଥିତ କୃଷକ ବଜାରକୁ ଆସୁଛନ୍ତି। ପୁଣି ଲକଡାଉନ ସମୟ ଅବଧି ଦିନ ୧୧ରେ ସରିବା ପରେ ପ୍ରଚଣ୍ଡ ଖରାରେ ଚାଲି ଚାଲି ନିଜ ନିଜ ଗାଁ କୁ ଫେରୁଛନ୍ତି।
ଆଗରୁ ଗାଁ କୁ ଅଟୋ ହୋଉ କି ବସ ଚଳାଚଳ ଥିଲା ଯିବା ଆସିବା ରେ କିଛି ଅସୁବିଧା ନଥିଲା , ହେଲେ ତାଲାବନ୍ଦରେ ନିୟମ ରହିଛି ଦିନ ୧୧ ଟା ପରେ ଦୋକାନ ବଜାର ଗାଡି ଚଳାଚଳ ସଂପୂର୍ଣ ବନ୍ଦ ରହିବ । ତେଣୁ ଗାଡି ନଥିବାରୁ ଏମାନେ ଚାଲି ଚାଲି ନିଜ ନିଜ ଗାଁ କୁ ଫେରୁଛନ୍ତି, ସହରକୁ ଆସି କୁଲି ମଜୁରୀ ହେଉ କି ନିଜ ବିଲ ର ପନିପରିବା ବିକ୍ରି ନ କଲେ ଏମାନଙ୍କ କୁଟୁମ୍ବର ପେଟ କିଏ ପୋଷିବ , ତଥାପି ଏଇ ସରଳ ଗ୍ରାମବାସୀ କହୁଛନ୍ତି କିଛି ଅମାନିଆ ସରକାରଙ୍କ ନିୟମ କୁ ମାନିଲେ ନାହିଁ ମାସ୍କ ବ୍ୟବହାର କି ସାମାଜିକ ଦୂରତା ସବୁ ଭୁଲିଗଲେ ତେଣୁ ସରକାର ବାଧ୍ୟ ହୋଇ ତାଲାବନ୍ଦ ଘୋଷଣା କଲେ। ଏବେବି ସମୟ ଅଛି ଯଦି ସମସ୍ତେ ନୀତିନିୟମକୁ ମାନିବା ତେବେ ନିଶ୍ଚୟ ସବୁ ପୂର୍ବ ପରି ଠିକ ହେଇଯିବ ବୋଲି ମନରେ ଆଶା ରଖିଛନ୍ତି ଗ୍ରାମାଞ୍ଚଳରେ ବାସ କରୁଥିବା ନିରୀହ ଲୋକେ ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories