www.samajalive.in
Monday, December 8, 2025
27.1 C
Bhubaneswar

ସହକର୍ମୀଙ୍କୁ ବଳାତ୍କାର ମାମଲା; ୮ବର୍ଷ ପରେ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ ଗୋଆ ଦୌରା ଜଜ୍‌ କୋର୍ଟ

ପଣଜୀ: ନିଜ ସହକର୍ମୀଙ୍କୁ ବଳାତ୍କାର ମାମଲାରେ ତେହଲକା ମାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ଦୋଷମୁକ୍ତ ହୋଇଛନ୍ତି। ଗୋଆ ଦୌରାଜଜ୍‌ କୋର୍ଟ ୮ ବର୍ଷ ପରେ ଅଭିଯୁକ୍ତ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲର ଲିଫ୍ଟ ଭିତରେ ତରୁଣ ତାଙ୍କର ଜଣେ ମହିଳା ସହକର୍ମଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ଗୋଆ ପୁଲିସ ୨୦୧୩ ନଭେମ୍ବରରେ ମାମଲା ରୁଜୁ କରିବା ସହିତ ତରୁଣ ତେଜପାଲଙ୍କୁ ଗିରଫ କରିଥିଲା। ୨୦୧୪ରୁ ସେ ଜାମିନ ପାଇ ଜେଲରୁ ମୁକୁଳିଥିଲେ। ୨୦୧୪ ଫେବୃୟାରୀରେ ଗୋଆ ପୁଲିସ ତରୁଣଙ୍କ ବିରୋଧରେ କୋର୍ଟରେ ୨୮୪୬ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।

- Advertisement -

ମାମଲା ବିବରଣୀ ଅନୁସାରେ, ୨୦୧୩ରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲରେ ତେହଲକା ମାଗାଜିନର କାର୍ଯ୍ୟକ୍ରମ ରହିଥିଲା। କାର୍ଯ୍ୟକ୍ରମ ସରିବା ପରେ ଅଭିଯୋଗକାରୀ ମହିଳା ଜଣେ ଅତିଥିଙ୍କୁ ତାଙ୍କ ପ୍ରକୋଷ୍ଠରେ ଛାଡ଼ି ଫେରୁଥିଲେ। ହୋଟେଲର ବ୍ଲକ ୭ର ଏକ ଲିଫ୍ଟ ସାମ୍ନାରେ ତାଙ୍କ ବସ୍‌ ତରୁଣ ତେଜପାଲ ତାଙ୍କୁ ଭେଟିଥିଲେ। ଏହି ସମୟରେ ତରୁଣ ମହିଳାଙ୍କୁ ଅଚାନକ ଲିଫ୍ଟ ଭିତରକୁ ଟାଣି ନେବା ସହିତ ତୁରନ୍ତ ଲିଫ୍ଟର ସୁଇଚ୍‌କୁ ଏପରି ଟିପି ଦେଇଥିଲେ ଯେ, ଯାହାଦ୍ବାରା ଲିଫ୍ଟ ଅଟକି ନ ଥିଲା କି ଦ୍ବାର ଖୋଲି ନ ଥିଲା। ଏହା ପରେ ତରୁଣ ତାଙ୍କୁ ଲିଫ୍ଟ ଭିତରେ ବଳାତ୍କାର କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories