www.samajalive.in
Monday, December 8, 2025
27.1 C
Bhubaneswar

ଭାରତୀୟ ଚିକିତ୍ସକ ସଂଘର ପୂର୍ବତନ ସଭାପତିଙ୍କ କୋଭିଡରେ ପରଲୋକ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦେଶରେ ରଚାଉଥିବା ମୃତ୍ୟୁର ତାଣ୍ଡବଲୀଳାରୁ ଏହାର ମୁକାବିଲା କ୍ଷେତ୍ରରେ ସମ୍ମୁଖ ଯୋଦ୍ଧା ସାଜିଥିବା ଡାକ୍ତରମାନେ ମଧ୍ୟ ବାଦ୍‍ ପଡୁନାହାନ୍ତି। ଗତବର୍ଷରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଦେଶରେ ଏକ ହଜାରରୁ ଅଧିକ ଡାକ୍ତର କରୋନାରେ ପ୍ରାଣ ହରାଇସାରିଛନ୍ତି। ଇତିମଧ୍ୟରେ ଭାରତୀୟ ଚକିତ୍ସକ ସଂଘ (ଆଇଏମଏ)ର ପୂର୍ବତନ ସଭାପତି ଡା. କେ କେ ଅଗ୍ରୱାଲଙ୍କର ମଧ୍ୟ କୋଭିଡରେ ମୃତ୍ୟୁ ଘଟିଛି। ଦେଶର ଜଣେ ବିଶିଷ୍ଟ ଚିକିତ୍ସକ ଭାବେ ପରିଚି ଥିବା ଡା. ଅଗ୍ରୱାଲ ୨୦୧୦ରେ ପଦ୍ମଶ୍ରୀ ସମ୍ମାନ ମଧ୍ୟ ଲାଭ କରିଥିଲେ। ଜଣେ ଚିକିତ୍ସକ ଭାବରେ ସେ ତାଙ୍କ ଜୀବନ ଜନସାଧାରଣଙ୍କ ସେବା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏପରିକି କୋଭିଡ ମହାମାରୀ ସମୟରେ ସେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଏକାଧିକ ଭିଡିଓ ତଥା ଶିକ୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ କୋଟିରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବାକୁ ସମର୍ଥ ହୋଇଥିଲେ। ଜଣେ ହୃଦରୋଗ ବିଶେଷଜ୍ଞ ଥିବା ଡା.ଅଗ୍ରୱାଲ ହାର୍ଟ କେୟାର ଫାଉଣ୍ଡେସନ ଅଫ ଇଣ୍ଡିଆର ମୁଖ୍ୟ ମଧ୍ୟ ଥିଲେ। ଗତ ଫେବ୍ରୁଆରୀ ମାସରେ ସେ କୋଭିଡର ଦ୍ୱିତୀୟ ପାନ ଟିକା ନେଇଥିଲେ। ତେବେ କୋଭିଡରେ ଆକ୍ରାନ୍ତ ହେବାପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ ଏକ ସପ୍ତାହ ଧରି ସେ ଭେଣ୍ଟିଲେଟର ସହାୟତାର ରହିଥିଲେ। ଶେଷରେ ସୋମବାର ରାତି ୧୧.୩୦ରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories