www.samajalive.in
Thursday, December 11, 2025
26.1 C
Bhubaneswar

ଆଜି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ

ନୂଆଦିଲ୍ଲୀ: ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂଗ୍ରହାଳୟ (ମ୍ୟୁଜିୟମ) ଦିବସ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରଖାଯାଇଛି ‘ସଂଗ୍ରହାଳୟଗୁଡିକର ଭବିଷ୍ୟତ: ପୁନରୁଦ୍ଧାର ଓ ପୁନଃପରିକଳ୍ପନା’। ସଂଗ୍ରହାଳୟଗୁଡିକ ବିଭିନ୍ନ ରାଷ୍ଟ୍ରର ସଂସ୍କୃତି ଏବଂ ଐତିହ୍ୟକୁ ସଂରକ୍ଷିତ ରଖି ପିଢି ପରେ ପିଢି ସେ ସମ୍ପର୍କରେ ଜନସାଧାରଣଙ୍କୁ ଜ୍ଞାନ ବିତରଣ କରିବାରେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ସେହି ସଚେତନତା ଜାଗ୍ରତ କରିବା ଏହି ଦିବସର ଉଦ୍ଦେଶ୍ୟ। ୧୯୭୭ ଠାରୁ ଏହି ଦିବସ ପାଳିତ ହୋଇଆସୁଛି। ସଂଗ୍ରହାଳୟଗୁଡିକ କେବଳ ବଡ ବଡ କୋଠା ନୁହେଁ କିମ୍ବା ଏହାର କିଛି ସୀମା ସରହଦ ନାହିଁ। ଏହା ସାଂସ୍କୃତିକ ବିନିମୟ, ସଂସ୍କୃତିକୁ ସମୃଦ୍ଧ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଯୋଗ ତଥା ଶାନ୍ତିଭାବ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି। ଏହି ଦିବସରେ ବିଶ୍ୱର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଏବଂ ସେଥିରେ ସଂଗ୍ରହାଳୟଗୁଡିକ ଅଂଶଗ୍ରହଣ କରିଥାନ୍ତି। ଗତବର୍ଷ ପ୍ରାୟ ୧୫୮ଟି ରାଷ୍ଟ୍ରରେ ୩୭ ହଜାରରୁ ଅଧିକ ସଂଗ୍ରହାଳୟ ଏହିଭଳି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଆମ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ସଂଗ୍ରହାଳୟଗୁଡିକ ରହିଛି। କୋଲକାତାରେ ଥିବା ସଂଗ୍ରହାଳୟ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ବବୃହତ ଭାବେ ବିବେଚିତ ହେଉଛି। ଏଥିସହିତ ରାଜଧାନୀ ନୂଆଦିଲ୍ଲୀ ଏବଂ ହାଇଦରାବାଦରେ ରହିଛି ନ୍ୟାସନାଲ ମ୍ୟୁଜିୟମ। ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରହିଛି ଆଞ୍ଚଳିକ ସଂଗ୍ରହାଳୟ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories