www.samajalive.in
Monday, December 8, 2025
20.1 C
Bhubaneswar

ଜ୍ୱର ବ୍ୟତୀତ ଏହି ସମସ୍ତ ଲକ୍ଷଣକୁ ମଧ୍ୟ କରନ୍ତୁ ନାହିଁ ଅଣଦେଖା ; ହୋଇପାରେ କ୍ଷତିକାରକ

ସାରା ଦେଶରେ କରୋନାର ୨ୟ ତରଙ୍ଗ କାୟା ବିସ୍ତାର କରିବାରେ ଲାଗିଛି। ବହୁ ଲୋକେ ପ୍ରତିଦିନ ଏଥିରେ ସଂକ୍ରମିତ ହେଉଛନ୍ତି। ପ୍ରତିଦିନ ହଜାର ହଜାର ଲୋକେ ମୃତ୍ୟୁବରଣ କରୁଛନ୍ତି। ଏଭଳି କଠିନ ସମୟରେ ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ତୁରନ୍ତ ପରୀକ୍ଷା କରାଇ ଚିକିତ୍ସିତ ହେବା ନିତ୍ୟାନ୍ତ ଆବଶ୍ୟକ। ଭୂତାଣୁରେ ସଂକ୍ରମିତ ହେବା ମାତ୍ରେ ଭୀଷଣ ଜ୍ୱର ସହ ଅନ୍ୟ ଲକ୍ଷଣ ଦେଖାଯାଇଥାଏ। ମାତ୍ର ଏଭଳି କେତେକ ସମୟରେ ଦେଖାଯାଏ ଜ୍ୱର ନହୋଇ ମଧ୍ୟ ସେମାନେ ସଂକ୍ରମିତ ଥାଆନ୍ତି। ଜାଣନ୍ତୁ ସେଭଳି କିଛି ଲକ୍ଷଣ ବିଷୟରେ….
ଆଖି ହାଲକା ଅଥବା ଜୋରରେ ଲାଲ ହେବା । ଗୋଲାପି ମଧ୍ୟ ଦେଖାଯାଇଥାଏ। ଆଖି ଫୁଲିବା , ପାଣି ଝରିବା ମାତ୍ରେ ମଧ୍ୟ ତୁରନ୍ତ ପରୀକ୍ଷା କରାନ୍ତୁ।
କରୋନାର ପ୍ରଥମ ତରଙ୍ଗ ତୁଳନାରେ ୨ୟ ତରଙ୍ଗରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅଧିକ କଷ୍ଟ ଅନୁଭବ ହେଉଥିବା ଦେଖାଯାଉଛି। ଅମ୍ଳଜାନ ମାପିବା ଯନ୍ତ୍ରରେ ନିୟମିତ ନିଜ ଶରୀରର ଅମ୍ଳଜାନ ସ୍ତର ମାପନ୍ତୁ। ଅମ୍ଳଜାନ ସ୍ତର ୯୪ ତଳକୁ ରହିବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଡାଇରିୟା, ପେଟ ଯନ୍ତ୍ରଣା, ବ୍ୟସ୍ତ ଭଳି ଅନୁଭବ ହେବା, ବାନ୍ତି ଲାଗିବା ମଧ୍ୟ ଏହାର ଲକ୍ଷଣ। ଏଭଳି ଲକ୍ଷଣ ୨ ଦିନ ହେଲେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଛାତିରେ ଯନ୍ତ୍ରଣା ଅନୁଭବ ହେବା ମାତ୍ରେ ଆଦୌ ହେଳା କରନ୍ତୁ ନାହିଁ। ଏହା କରୋନାର ଏକ ମୁଖ୍ୟ ଲକ୍ଷଣ। ଏଥିରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୋଇଥାଏ।
ଯଦି ଆପଣଙ୍କୁ କୌଣସି ଜିନିଷର ଗନ୍ଧ ଅଥବା ବାସ୍ନା ହେଉ ନାହିଁ, କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ବାରି ହେଉ ନାହିଁ। ଜ୍ୱର ଆସିବା ପୂର୍ବରୁ ଏଭଳି ଲକ୍ଷଣ ମଧ୍ୟ ଦେଖାଗଲେ ଆଦୌ ହେଳା କରନ୍ତୁ ନାହିଁ।
ଲଗାତାର କାଶ ହେଲେ ମଧ୍ୟ ତୁରନ୍ତ ପରୀକ୍ଷା କରାଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories