www.samajalive.in
Monday, December 8, 2025
27.1 C
Bhubaneswar

ଆମ ପାଖରେ ପର୍ୟ୍ୟାପ୍ତ ପରିମାଣରେ ଜିନିଷ ମହଜୁଦ ରହିଛି: ଏସ୍‌ଆର୍‌ସି

ଭୁବନେଶ୍ୱର: ଦିନକ ପରେ ସାରା ଓଡ଼ିଶାରେ ଜାରି କରାଯିବ ତାଲାବନ୍ଦ। ଜରୁରୀକାଳୀନ ବ୍ୟବସ୍ଥାକୁ ବାଦ୍‌ ଦେଇ ସବୁ ଦୋକାନବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିବ। ମେ’୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟର ଜନସାଧାରଣଙ୍କୁ ଲକ୍‌ଡାଉନ୍ କଟକଣା ମଧ୍ୟରେ ଜୀବନ ଅତିବାହିତ କରିବାକୁ ପଡ଼ିବ। ତାଲାବନ୍ଦ ବ୍ୟତୀତ ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍‌ଡାଉନ୍ ନିୟମ ମଧ୍ୟ ବଳବତ୍ତର ରହିବ। ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସହରାଞ୍ଚଳରେ ଲାଗୁ କରାଯାଇଥିବାବେଳେ ତାଲାବନ୍ଦ ସାରା ଓଡ଼ିଶାରେ ଜାରି ହୋଇଛି। ତାଲାବନ୍ଦ ସମୟରେ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା  ପର୍ଯ୍ୟନ୍ତ ଜରୁରୀ ଜିନିଷ କିଣିବା ପାଇଁ ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସବୁ ଦୋକାନ ଖୋଲା ରହିବ। ତେଣୁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା  ଓ ସଟ୍‌ଡାଉନ୍‌ ପାଇଁ ଛାନିଆ ହୋଇ ଜିନିଷପତ୍ର ଲୋକେ କିଣୁଥିବା ଦେଖିବାକୁ ମିଳୁଛି। ଦୋକାନ ଆଗରେ ଗ୍ରାହକମାନେ ଅଯଥାରେ ଭିଡ଼ ନ କଲେ ଭଲ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି । ଏସଆରସି କହିଛନ୍ତି ଯେ ବୁଧବାର ଲକଡାଉନ ପାଇଁ ଆଜିଠୁ ପ୍ରବଳ ଗହଳି ହେଉଛି। ଲୋକଙ୍କୁ ଅନୁରୋଧ ଦୋକାନ ଆଗରେ ଭିଡ କରନ୍ତୁ ନାହିଁ। ଗହଳି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ରହିଛି । ଆମ ପାଖରେ ପର୍ୟ୍ୟାପ୍ତ ପରିମାଣରେ ଜିନିଷ ମହଜୁଦ ରହିଛି। ଅଯଥା ଗହଳି ସ୍ଥାନକୁ ଯାଆନ୍ତୁନି, ବିପଦକୁ ଡାକନ୍ତୁନି। ତାଲାବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି।

- Advertisement -

ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଆଜି ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ସୂଚନା ଦେଇଛନ୍ତି । ସେ ଜନସାଧାରଣଙ୍କୁ ବଜାରଘାଟରେ ଗହଳି ନକରିବା ପାଇଁ ଓ ତାଲାବନ୍ଦ ଅବଧିରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରହୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ବ୍ୟସ୍ତତା ପ୍ରକାଶ ନକରିବା ପାଇଁ ଅନୁରୋଧ ଜଣାଇଛନ୍ତି । ସେ ମଧ୍ୟ ଜନସାଧାରଣଙ୍କୁ ତାଲାବନ୍ଦ ଏବଂ ସପ୍ତାହାନ୍ତ ତାଲାବନ୍ଦ ସମୟରେ ଉପଯୁକ୍ତ କୋଭିଡ୍‌ ନିୟମ ପାଳନ ସହ ମାସ୍କ ବ୍ୟବହାର, ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଗହଳିକୁ ନଯିବା ପାଇଁ ଅନୁରୋଧ କରିଛନ୍ତି ।

ବୁଧବାରଠାରୁ ତାଲାବନ୍ଦ ଆରମ୍ଭ ହେଉଥିବାରୁ ହୁଏତ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ପରିଲକ୍ଷିତ ହେବ ଆଶଙ୍କାରେ ଆଜି ସକାଳ ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜାର ହାଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ପରିବା ଦୋକାନ ଠାରୁ, ଗ୍ରୋସରୀ ଦୋକାନ ସବୁଠି ଲୋକ ଲମ୍ବା ଧାଡ଼ି ଲଗାଇ ସଉଦା ବୋହି ନେଇଥିଲେ। କିଏ ସପ୍ତାହେ ପାଇଁ ତ ଆଉ କିଏ ୧୫ ଦିନ ଲାଗି ସାମଗ୍ରୀ କିଣିଥିଲେ। ହାଟବଜାର ଓ ଦୋକାନ ଆଗରେ ଏଭଳି ଭିଡ ଓ ଗହଳିର ଚିତ୍ର ସାରା ରାଜ୍ୟରୁ ଆସିବା ପରେ ରାଜ୍ୟବାସୀଙ୍କୁ ଏସଆରସି ଗହଳି ନକରିବାକୁ ଅନୁରୋଧ କରିଛନ୍ତି।

ତେଜରାତି ଦୋକାନ, ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପରିବା, ଫଳ, ମାଛ, ମାଂସ ଆଦି ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମ୍‌ରେ ୩୦ ଫୁଟ ହେବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ। ତାଲାବନ୍ଦ ସମୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ମାର୍ଗଦର୍ଶିକା ଅନୁସାରେ ବ୍ୟାଙ୍କ, ଏଟିଏମ୍‌ଏ, ବୀମା, ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି ଆଦି ସେମାନଙ୍କ କାର୍ଯ୍ୟକୁ ଚାଲୁ ରଖିପାରିବେ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟର୍‌ନେଟ୍‌ ସେବା, ଡିଟିଏଚ୍‌ ସେବା, ଗ୍ୟାସ୍‌ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories