www.samajalive.in
Monday, December 8, 2025
20.1 C
Bhubaneswar

ସିଏସକେର ୩ ସଦସ୍ୟ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଯୋଗୁ ଆଇପିଏଲ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। କଲକାତା ନାଇଟ ରାଇଡର୍ସ (କେକେଆର)ର ୨ ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ସୋମବାର ହେବାକୁ ଥିବା କେକେଆର-ଆରସିବି ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହା ମଧ୍ୟରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସକେ)ର ୩ ଜଣ ସଦସ୍ୟ କୋଭିଡ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ସିଏସକେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କାଶୀ ବିଶ୍ଵନାଥନ, ବୋଲିଂ କୋଚ୍‌ ବାଲାଜୀ ଏବଂ ଜଣେ ବସ୍‌ ସଫେଇ କର୍ମଚାରୀ।

ତେବେ ସିଏସକେର କୌଣସି ଖେଳାଳି କରୋନାରେ ଆକ୍ରାନ୍ତ ହୋଇ ନ ଥିବା ଜଣାପଡ଼ିଛି। ଗତ ରବିବାର ଖେଳାଳି ଏବଂ ସଦସ୍ୟମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ତେ​‌ବେ ୩ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ସୋମବାର ଅଭ୍ୟାସ ସେସନକୁ ବନ୍ଦ କରିଦିଆଯାଇଥିଲା। ଖେଳାଳିମାନେ ଏବେ ଦିଲ୍ଲୀ ଅଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଆଇପିଏଲ ପୂର୍ବରୁ ସିଏସକେ ଟିମ୍‌ କରୋନା ଦ୍ବାରା ପ୍ରଭାବିତ ହୋଇଥିଲା। ଗତ ଥର ଓପନର ବ୍ୟାଟ୍ସମ୍ୟାନ ରୁତୁରାଜ ଗାଏକୱଡ ଓ ଦ୍ରୁତ ବୋଲର ଦୀପକ ଚହରଙ୍କ ସମେତ ୮ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories