www.samajalive.in
Monday, December 8, 2025
27.1 C
Bhubaneswar

ବିଶେଷଜ୍ଞଙ୍କ ପରାମର୍ଶ ; କରୋନାରୁ ସୁସ୍ଥ ହେବା ପରେ ଆପଣାନ୍ତୁ ଏହି ଉପାୟ

କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ରୋଗୀ ୧୪ ଦିନରେ ଠିକ ହୋଇଯାଉଥିବା ଦେଖାଯାଉଛି। ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ସେମାନଙ୍କୁ ଦୁର୍ବଳ , ହାଲିଆ ଆଦି ଅନେକ ଦିନ ଯାଏଁ ଅନୁଭବ ହୋଇଥାଏ। କିଛି ଲୋକଙ୍କୁ ଦୀର୍ଘ ୬ ରୁ ୭ ମାସ ସମୟ ଲାଗିଥାଏ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅନୁଭବ କରିବାକୁ। ଏଭଳି କ୍ଷେତ୍ରରେ କରୋନାରୁ ଭଲ ହେବା ପରେ କିଛି ସ୍ୱତନ୍ତ୍ର ଉପାୟ ଆପଣାଇବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଜାଣନ୍ତୁ….
ନିଜ ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ।
ପ୍ରାତଃ ସମୟରେ ଶେଯରୁ ଉଠି  କଅଁଳ ଖରାରେ ରୁହନ୍ତୁ। ବ୍ୟାୟମ କରନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ଶରୀରରେ ପ୍ରବେଶ କରିଥାଏ। ମାତ୍ର ଅଧିକ ବ୍ୟାୟାମ କରନ୍ତୁ ନାହିଁ।
ଘରେ ରହି ମଧ୍ୟ ଅମ୍ଳଜାନର ସ୍ତର ସଠିକ ରଖନ୍ତୁ। ଆବଶ୍ୟକ ଅନୁଯାୟୀ ପ୍ରାଣାୟମ କରନ୍ତୁ।
ପ୍ରତ୍ୟେକ ଦିନ ସକାଳ ସମୟରେ ଖୁଜରୀ, କିସମିସ,ବାଦାମ ଖାଆନ୍ତୁ। ଏହାକୁ ରାତିରେ ବତୁରାଇ ସକାଳେ ଖାଆନ୍ତୁ। ଶରୀରକୁ ଆବଶ୍ୟକ ପରିମାଣରେ ଏହା ଶକ୍ତି ଯୋଗାଇବା ସହ ଖୁବ ହିତକାରକ।
ନିଜ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ। ପ୍ରତିଦିନ ଡାଲି ପାଣି ପିଅନ୍ତୁ। ଦିନକ ଛଡା ଦିନେ ପୃଷ୍ଟିକର ଖେଚେଡି ଖାଆନ୍ତୁ।
ଭିଟାମିନ, ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଦିନକୁ ୨ ଥର ଜିରା,ଧନିଆ, ପାନମଧୁରୀକୁ ଆଦିରେ ଚା’ପ୍ରସ୍ତୁତ କରନ୍ତୁ। ଏହା ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ମାନସିକ ଦୁଶ୍ଚିତା ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଟିଭି ,ମୋବାଇଲ କମ ବ୍ୟବହାର କରିବା ସହ ଆବଶ୍ୟକ ପରିମାଣରେ ଶୁଅନ୍ତୁ। ରାତିରେ ମଧ୍ୟ ଯଥେଷ୍ଟ ପରିମାଣରେ ଶୁଅନ୍ତୁ।
ଏହାସହ ମାସ୍କ ପିନ୍ଧିବା ସହ ସାମଜିକ ଦୂରତା ବଜାୟ ରଖନ୍ତୁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories