www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି; କେନ୍ଦ୍ରୀୟ ବଳ ପାଉଣା ବାବଦ ୪୫୬୧ କୋଟି ଛାଡ଼ ହେଉ

ଭୁବନେଶ୍ଵର: ରାଜ୍ୟରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ବଳ (ସିଏପିଏଫ)ଙ୍କ ପାଉଣା ବାବଦରେ ୪୫୬୧.୨୩ କୋଟି ଟଙ୍କା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ କେନ୍ଦ୍ରୀୟ ବଳ ମୁତୟନ ବାବଦରେ ଉପରୋକ୍ତ ପରିମାଣର ଟଙ୍କା ଦେବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ  ଚିଠି କରାଯାଇଥିଲା।

ଏହାର ଜବାବରେ ରାଜ୍ୟ ସରକାର ଚିଠି ଲେଖି ଟଙ୍କା ଛାଡ଼ କରିବାକୁ କହିଛନ୍ତି। ସରକାର କହିଛନ୍ତି, ମାଓବାଦୀ ମୁକାବିଲ ଲାଗି ଓଡ଼ିଶା ସୀମିତ ସମ୍ବଳରୁ ନିଜସ୍ବ ବାହିନୀ ସୃଷ୍ଟି କରିଛି। ଓଡ଼ିଶା ପ୍ରାୟ ୧୫ ବାଟାଲିୟନ ଫୋର୍ସ ସୃଷ୍ଟି କରିଛି। ମାଓବାଦୀ ଉପଦ୍ରବ ଏବେ କେବଳ କିଛି ରାଜ୍ୟର ସମସ୍ୟା ନୁହେଁ, ଜାତୀୟ ସମସ୍ୟା ପାଲଟିଛି। ଏପରି ଜାତୀୟ ସମସ୍ୟା ସମାଧାନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିତ୍ଵ। ତେଣୁ କେନ୍ଦ୍ରୀୟ ଫୋର୍ସ ପାଉଣାକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories