ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଦୈନିକ ସଂକ୍ରମଣ ୧ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୦୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଚିନ୍ତାର ବିଷୟ ପାଲଟିଛି।
ମୋଟ ୧୦୪୪ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆ ଅଞ୍ଚଳରୁ ସର୍ବାଧିକ ୬୪ ଜଣ ରହିଛନ୍ତି। ଏହା ପଛକୁ ରହିଛି ନୟାପଲ୍ଲୀ। ନୟାପଲ୍ଲୀରୁ ଦିନକରେ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି ଅଞ୍ଚଳରୁ ୪୭, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୪୨, ପୁରୁଣା ଭୁବନେଶ୍ଵରରୁ ୩୯, ଶୈଳଶ୍ରୀ ବିହାରରୁ ୨୭, ସୁନ୍ଦରପଦାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି।



