www.samajalive.in
Monday, December 8, 2025
27.1 C
Bhubaneswar

ବେଗୁନିଆରେ ବଢୁଛି କରୋନା ସଂକ୍ରମଣ: ତାରିଣୀ ମନ୍ଦିରଠାରୁ ବରମୂଳେଇ ମନ୍ଦିର ପର୍ଯ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷିତ

ବେଗୁନିଆ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ ବେଗୁନିଆ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସରକାର ନିର୍ଦେଶ ଥିଲେ ମଧ୍ୟ ଅମାନିଆମାନେ ଏହାକୁ ମାନୁନାହାନ୍ତି। ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ନିର୍ଦେଶକ୍ରମେ କର୍ମଚାରୀମାନେ ବିଭିନ୍ନ ରାସ୍ତାଘାଟରେ ଯାଞ୍ଚ କରି ତୁଣ୍ଡି ପିନ୍ଧୁ ନ ଥିବା ବ୍ୟକ୍ତିମାନଙ୍କଠାରୁ ଜରିମାନା ଆଦାୟ କରୁଥିବାବେଳେ ଥାନା ତରଫରୁ ସେପରି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

୨୦ ଦିନ ମଧ୍ୟରେ ବେଗୁନିଆ ବ୍ଲକର ବିଭିନ୍ନ ଗ୍ରାମରୁ ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଉପଜିଲାପାଳଙ୍କ ନିର୍ଦେଶ କ୍ରମେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ପ୍ରଥମେ ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତର ବରସାହିକୁ ଆବଦ୍ଧାଞ୍ଚଳ କରିଥିବାବେଳେ ଏବେ ପୁନଶ୍ଚ ତହସିଲଦାର ମଣ୍ଡଳଙ୍କ ପ୍ରସ୍ତାବ କ୍ରମେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଗତକାଲି ସନ୍ଧ୍ୟା ୭ଟାରୁ ମେ ୩ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବେଗୁନିଆ ଗ୍ରାମର ତାରିଣୀ ମନ୍ଦିରଠାରୁ ବରମୂଳେଇ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଅଣୁ ଆବଦ୍ଧକ୍ଷଞ୍ଚଳ(ମାଇକ୍ରୋ କଣ୍ଟେନମେଣ୍ଟ) ଘୋଷଣା କରିଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ସେହି ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ସମ୍ପୃକ୍ତ ଅଂଚଳରେ ବିଭିନ୍ନ କାର୍ଯ୍ୟ ପାଇଁ ନୋଡାଲ ଅଫିସର ଭାବେ ପଂଚାୟତ ନିର୍ବାହୀ ଅଧିକାରୀ, ଅଗ୍ନିଶମ ଅଧିକାରୀ, ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories