www.samajalive.in
Monday, December 8, 2025
17.1 C
Bhubaneswar

 ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀର ଦ୍ବିତୀୟ ଲହରୀର ପ୍ରଭାବ ତୀବ୍ର ବୃଦ୍ଧି ପାଇବାକୁ ନେଇ ରାଜ୍ୟବାସୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ନାଗରିକଙ୍କ ମନରେ ଭୟ ଓ ଚିନ୍ତା ଆଲୋଡିତ କରିଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପ୍ରାକ୍ତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଓ ପ୍ରାକ୍ତନ ମୁଖପାତ୍ର ପଦ୍ମାକର ଗୁରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏପରିକି କାର୍ୟ୍ୟକାରୀ ସଭାପତି ଶ୍ରୀ ମାଝୀ ତମାମ୍ ରାଜନୈତିକ ଦଳକୁ ନିର୍ବାଚନ ସ୍ଥଗିତ ନିମନ୍ତେ ସହଯୋଗ କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି। ଲୋକଙ୍କ ଜୀବନ ଆଗ – ନିର୍ବାଚନ ବା ଭୋଟ ପଛ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ। କଂଗ୍ରେସ ଦଳ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ରହିଥିଲେ ବି ରାଜ୍ୟବାସୀଙ୍କ ଭାବନାକୁ କୁଠାରଘାତ କରିବାକୁ କେବେ ଚାହେଁନାହିଁ। ପିପିଲିରେ କରୋନା ସଂକ୍ରମଣ ଯୋଗୁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଅକାଳ ବିୟୋଗ ଘଟଣା। ଏହାପରେ ସ୍ବର୍ଗତ ମଙ୍ଗରାଜଙ୍କ ମାଆଙ୍କ ପରଲୋକ ଜନତାଙ୍କୁ ସ୍ତବ୍‌ଧ କରିଅଛି। ଏପରିକି କନ୍ଧମାଳର ପ୍ରାକ୍ତନ ସାଂସଦ ସୁଗ୍ରୀବ ସିଂହଙ୍କ କରୋନାରେ ଗତକାଲି ପରଲୋକ ଘଟଣା ଅତ୍ୟନ୍ତ ପୀଡାଦାୟକ ବୋଲି ପ୍ରାକ୍ତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ମତବ୍ୟକ୍ତ କରିଥିଲେ। ଏକାଧିକ ରାଜ୍ୟର ଉଚ୍ଚନ୍ୟାୟାଳୟ କରୋନାର ଉଗ୍ରରୂପ ସମୟରେ ନିର୍ବାଚନ ଘୋଷଣା ଓ ପରିଚାଳନା କରିବାକୁ ନେଇ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ କଟୁ ସମାଲୋଚନା କରିବା ସହ ଘଟଣାକୁ ଅତ୍ୟନ୍ତ ଉଦ୍‌ବେଗଜନକ ବୋଲି ମନ୍ତବ୍ୟ ରଖିଥିଲେ ।


ନିର୍ବାଚନରେ ଜିତିବା ଓ ହାରିବା ଏକ ନିୟମିତ ପ୍ରକ୍ରିୟା ହୋଇଥିବା ବେଳେ ଲୋକଙ୍କ ଜୀବନ ଆମପାଇଁ ଅତ୍ୟନ୍ତ ମୂଲ୍ୟବାନ ଓ ଭୋଟ ରାଜନୀତି ନଗଣ୍ୟ ବୋଲି କଂଗ୍ରେସର ପ୍ରାକ୍ତନ ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅବିଳମ୍ବେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରି ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପିସିସି ନେତୃମଣ୍ଡଳୀ ଅନୁରୋଧ କରିଛନ୍ତି। ଏହି ଅବସରରେ ଅପରାହ୍ନରେ ପିସିସିର ୫ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ ଲୋହାନୀଙ୍କୁ ସାକ୍ଷାତ କରି ଉପରୋକ୍ତ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରତିନିଧି ମଣ୍ଡଳୀଙ୍କଠାରୁ ସମସ୍ତ ଘଟଣା ଶୁଣିବା ପରେ ତ୍ୱରିତ ପଦକ୍ଷେପ ନିମନ୍ତେ ଶ୍ରୀ ଲୋହାନୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିନିଧି ମଣ୍ଡଳୀରେ ସର୍ବଶ୍ରୀ ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପ୍ରାକ୍ତନମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ନେତା ଶମ୍ଭୁନାଥ ପାଣିଗ୍ରାହୀ, ପ୍ରାକ୍ତନ ମୁଖପାତ୍ର ପଦ୍ମାକର ଗୁରୁ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିଲେ।

- Advertisement -

ଅପରପକ୍ଷରେ ବିଜେପି ଓ ବିଜେଡ଼ି ଏହାକୁ ରାଜନୀତି ବୋଲି କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories