www.samajalive.in
Monday, December 8, 2025
27.1 C
Bhubaneswar

ରୋଗ ଶଯ୍ୟାରେ ଜ୍ୟେଷ୍ଠ କନ୍ୟା, ପାଞ୍ଚ ପିଲାଙ୍କ ପ୍ରତିପୋଷଣ ଚିନ୍ତାରେ ବିଧବା ମାଆ

ପାତ୍ରପୁର: ଚାରି ମାସ ପୂର୍ବେ ସ୍ଵାମୀ ଆର ପାରିକୁ ଚାଲିଯିବା ପରେ ଏବେ ରୋଗ ଶଯ୍ୟାରେ ଜ୍ୟେଷ୍ଠ କନ୍ୟା ପଡିରହିବା ଫଳରେ ବିଧବା ମାଆଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ନିଜର ଚାରି ସନ୍ତାନ ସହ ଅନାଥ ନାବାଳକ ଭଣଜାର ପ୍ରତିପୋଷଣ ଚିନ୍ତା ବିଧବା ମହିଳାଙ୍କୁ ଘାରିଛି। ଏହିଭଳି ଘଟଣା ପାତ୍ରପୁର ବ୍ଲକ ତୁମ୍ବା ପଂଚାୟତର ବଡଝୋଲା ଗ୍ରାମର ଜଣେ ଆଦିବାସୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ବଡଝୋଳା ଗ୍ରାମର ଶ୍ୟାମ ଯାନୀଙ୍କ ଗତ ଚାରି ମାସ ପୂର୍ବେ ମୃତ୍ୟୁ ହୋଇଥିଲା। ଏହାପରେ ପତ୍ନୀ ଡମ୍ବୁଣି ଏବଂ ବଡ ଝିଅ ସନ୍ଧ୍ୟା କୁଲି କଷ୍ଟ କରିବା ସହ କଷ୍ଟେ ମଷ୍ଟେ ଚଳୁଥିଲେ। ଗତ ତିନିମାସ ତଳେ ବଡ ଝିଅ ସନ୍ଧ୍ୟା(୧୯)ଙ୍କୁ ସାମାନ୍ୟ ଜ୍ଵର ହେବା ପରେ ମାଆ ଧାର ଉଦ୍ଧାର କରି ତାଙ୍କର ଚିକିତ୍ସା କରିଥିଲେ। ଜ୍ଵର କମିବା ପରେ ସନ୍ଧ୍ୟା ଦିନକୁ ଦିନ ଦୁର୍ବଳ ଅନୁଭବ କରିଥିଲେ। ଏହା ପରେ ତାଙ୍କର ହାତଗୋଡ ଠିକ ଭାବେ କାର୍ୟ୍ୟ ନ କରିବା ଫଳରେ ଚାଲ ବୁଲ କରି ନ ପାରି ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ଯାହାକୁ ନେଇ ମା ଡମ୍ବୁଣିଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଡମ୍ବୁଣିଙ୍କ ଚାରି ଝିଅଙ୍କ ମଧ୍ୟରୁ ସନ୍ଧ୍ୟା ବଡ। ସେ ତାଙ୍କ ସହିତ ବିଭିନ୍ନ କାର୍ଯ୍ୟ କରି ରୋଜଗାରରେ ସହାୟତା କରୁଥିଲେ। ଏବେ ସେ ଶଯ୍ୟାଶାୟୀ ହୋଇଥିବା ବେଳେ ଅନ୍ୟ ତିନି ନାବାଳିକା ଝିଅ ଅଛନ୍ତି। ଏମାନଙ୍କ ସହିତ ତାଙ୍କରି ଘରେ ପୁରିଆ ସାହିରେ ଥିବା ଭଉଣୀ ଏବଂ ଜ୍ବାଇଁଙ୍କ ଅକାଳ ମୃତ୍ୟୁ ପରେ ତାଙ୍କର ଚାରି ବର୍ଷର ଭଣଜା ମଧ୍ୟ ରହୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ବଡ ଝିଅ ଶଯ୍ୟାଶାୟୀ ହୋଇ ପଡିବା ଯୋଗୁଁ ଏବେ ପରିବାର ଚିନ୍ତା ଘାରିଛି। ଗରିବ ଡମ୍ବୁଣି ହାତରେ ଅର୍ଥର ଘୋର ଅଭାବ ଥିବା ବେଳେ ସ୍ୱାମୀଙ୍କ ଚିକିତ୍ସା ପାଇଁ କରଜ ଥିବା ପ୍ରକାଶ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଓ ପରିବାର ମଙ୍ଗଳ ଯୋଜନାରେ ସହାୟତା ଯୋଗାଇବା ସହିତ ସନ୍ଧ୍ୟାକୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଲେ ମାଆଙ୍କ ଦୁଃଖ କିଛି ମାତ୍ରାରେ ଲାଘବ ହୋଇ ପାରିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories