www.samajalive.in
Monday, December 8, 2025
20.1 C
Bhubaneswar

ଶିକ୍ଷାର ନାହିଁ ଅନ୍ତ, ଛାତ୍ରଛାତ୍ରୀ ଯେବେ ଚାହିଁଲେ ଅଧିକ ଜ୍ଞାନ ଆହରଣ କରିପାରିବେ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୯  ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ କୃତିତ୍ୱ ହାସଲ କରିବା ସହ ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ବର୍ଣ୍ଣ ପଦକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜବିହାର ସିନେଟ୍ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଆଦେଶ କ୍ରମେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଙ୍କ ଅଧ୍ୟକ୍ଷତା କରିଥିଲେ। କୋଭିଡ ନିୟମ  ପାଳନ ପୂର୍ବକ ସ୍ବର୍ଣ୍ଣପଦକ ପ୍ରାଦନ ସମାରୋହ ହେଇଥିଲା। ଏହି ଅବସରରେ ବିଭିନ୍ନ  ସ୍ନାତକୋତ୍ତର ବିଭାଗରେ ଟପ୍ପର କୃତିତ୍ୱ ହୋଇଥିବା ୩୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସମାରୋହରେ ଉପସ୍ଥିତ ରହିଥିବା ଛାତ୍ରଛାତ୍ରୀମାନେ କୋଭିଡ୍ ନିୟମ ଅନୁସାରେ ମାସ୍କ ପିନ୍ଧିବା ସହ  ଥର୍ମାଲ ଟେଷ୍ଟ କରିଥିଲେ।

କାର୍ଯ୍ୟକ୍ରମରେ କୁଳସଚିବ ରଞ୍ଜନ କୁମାର ବିଶ୍ବାଳ, ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ  ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି  କହିଥିଲେ ଯେ ଶିକ୍ଷାର ଅନ୍ତ ନାହିଁ ଛାତ୍ର ଛାତ୍ରୀ ଯେବେ ଚାହିଁଲେ ଅଧିକ ଜ୍ଞାନ ଆହରଣ କରିପାରିବେ। ଦେଶ ଓ ଜାତିର ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ଵାନ ଦେବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପକୁଳ ସଚିବ ଡ.ବାବୁଜୀ ସାମଲ, ସହ କୁଳସଚିବ ଡ଼.ସରୋଜ କୁମାର ଦାଶ, ଛାତ୍ର କଲ୍ୟାଣ ଅଧିକାରୀ ଡ.ପଦ୍ମନାଭ ସାମନ୍ତ, ମାର୍କଣ୍ଡ କାର୍ଜି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories