www.samajalive.in
Monday, December 8, 2025
20.1 C
Bhubaneswar

ରାସ୍ତା ସଂଯୋଗ ନ ଥାଇ ତିଆରି ହୋଇଛି ପୋଲ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର କାନପୁର ବେଣାପାଟ ମଝିରେ ଜଳ ନିଷ୍କାସନ ବିଭାଗ କରିଥିବା ଏକ ଅଦରକାରୀ ପୋଲକୁ ବାରମ୍ବାର ନିବେଦନ ପରେ ମଧ୍ୟ ଭଙ୍ଗିବା ପରିବର୍ତ୍ତେ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି। ୩/୪ ବର୍ଷ ତଳେ ଏହି ପାଟ ମଝିରେ ଜଳ ନିଷ୍କାସନ ବିଭାଗ ଏକ ପୋଲ କରୁଥିବା ଦେଖା ଯାଇଥିଲା। ଯେତେବେଳେ କି ଏହି ପାଟ ମଝିରେ ଯାତାୟତ ପାଇଁ କୌଣସି ରାସ୍ତା ନଥିଲା। ଲୋକେ ପୋଲ ନିର୍ମାଣ ହେଉଥିବା ଦେଖି ଭାବିଥିଲେ କି ଆଗକୁ ରାସ୍ତା ନିର୍ମାଣ ହେବ । କିନ୍ତୁ ତାହା ହୋଇନଥିଲା। ପୋଲଟି ପାଲା ମଣ୍ଡପ ଭଳି ଦୀର୍ଘ ବର୍ଷ ଧରି ସେଠାରେ ଅଦରକାରୀ ଭାବରେ ପଡିରହିଛି। ପୋଲର ଦୁଇ ପାଶ୍ୱର୍ରେ ରାସ୍ତା ସଂଯୋଗ ହୋଇନଥିବାରୁ କୌଣସିଦିନ କେହି ହଳଲଙ୍ଗଳ କିମ୍ବା ପଥଚାରି ଯାତାୟତ କରିନାହାଁନ୍ତି। ଯେତେବେଳେ କି ଏଠାରେ ରାସ୍ତା ସଂଯୋଗ କରିବାର କୌଣସି ବନ୍ଦୋବସ୍ତ ନଥିଲା। ସେତେବେଳେ ବିଭାଗ ଏଠାରେ ୪/୫ ଲକ୍ଷରୁ ଅଧିକ ଟଙ୍କାର ବିନିଯୋଗ କାହା ସ୍ୱାର୍ଥରେ କରିଥିଲା? ଏହା ବନ୍ୟାଜଳ ପ୍ଲାବିତ ଅଞ୍ଚଳ ହୋଇଥିବାରୁ କାମ କରି ବିଲ ନେଇ ଯିବା ପରେ ବନ୍ୟାରେ ଧୋଇଯାଇଥିବାର ଦର୍ଶାଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାକୁ ଏହା ହୁଏତ ଏକ ଯୋଜନା ଥିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଦୀର୍ଘ ବର୍ଷପରେ ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଠା ଫଳରେ ୧ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦରେ ଜାରକାରୁ ଗଡମଧୁପୁରକୁ ସଂଯୋଗ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ଆରମ୍ଭ କରିଛି। ପ୍ରାୟ ୬୦ପ୍ରତିଶତ କାମ ସରିବାକୁ ବସିଲାଣି। ତେବେ ରାସ୍ତା ମଝିରେଜଳ ନିଷ୍କାସନ ବିଭାଗର ସେହି ଅଦରକାରୀ ପୋଲଟି ରାସ୍ତାକାମ ଶେଷ ହେବାରେ ବାଧକ ସାଜିଛି।

 

- Advertisement -

କାରଣ ପୋଲଟି ରାସ୍ତାର ମଝିରେ ଆସିଯାଉଛି। ଯେଉଁଠି ୨୮ଫୁଟର ରାସ୍ତା କାମ ହେଉଛି ସେଠି ବିଭାଗ କୁଆଡେ କହୁଛି ଏହି ଦୁର୍ବଳ ପୋଲ ସହିତ ଯୋଡି ରାସ୍ତା କାମ ଶେଷ କରିଦିଅ। ଏ କଥା ଖୋଦ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଯେତେବେଳେଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାପାଇଁ କୋଟି ଟଙ୍କାର ବ୍ୟୟ କରି ରାସ୍ତା କାମ ସାରିିବାକୁ ବସିଛି ବିଭାଗୀୟ ଦୋଷ ଢାଙ୍କିବାକୁ ବୋଧେ ଏହି ପୋଲକୁ ଭାଙ୍ଗୁନାହିଁ ଜଳ ନିଷ୍କାସନ ବିଭାଗ। ଏ ପ୍ରଶ୍ନ ଏଇଥିପାଇଁ ଉଠୁଛି କି ଏହି ପୋଲ ଭାଙ୍ଗିବାକୁ ଆରଡି ଡ୍ରେନେଜକୁ ବାରମ୍ବାର ଆବେଦନ ନିବେଦନ କଲାପରେ ମଧ୍ୟ ଡେନେଜ ବିଭାଗ ଏ ଭଲି ଉତ୍ତର ଦେଉଛି। ବିଭାଗ ଏହି ପୋଲ ଭଲ ଅଛି କହି ୩ମିଟରର ଏହି ପୋଲରେ ରାସ୍ତା ସଂଯୋଗ କରିଦିଆଯାଉ ବୋଲି ଉତ୍ତର ଦେଇଥିବା ବେଳେ ଠିକାଦାର ପୋଲ ଉପରେ ହିଟାଚି ମେସିନ ଚଢିଲେ ତାହା ହଲୁଥିବାର କହୁଛନ୍ତି। ଏଭଳି ଦୁର୍ବଳ ମୁଳଦୁଆ ଉପରେ ତିଆରି ହୋଇଥିବା ପୋଲରେ ରାସ୍ତା ସଂଯୋଗ ହେଲେ ଆଗକୁ ବିପଦ ରହିଥିବା ଦର୍ଶାଇ ଠିକାଦାର ଏବେ ସେହି ପୋଲ ସଂଲଗ୍ନ ରାସ୍ତାକୁ ଛାଡି ଅବଶିଷ୍ଟ କାମ କରି ଚାଲିଯିବ ବୋଲି କହିଛି। ଏକଥାକୁ ମଧ୍ୟ ଆରଡି ନିର୍ବାହି ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆରଡି ରାସ୍ତାର ପୁର୍ଣ୍ଣାଙ୍ଗ ପାଇଁ ଏହି ପୋଲ ଭାଙ୍ଗି ସେଠାରେ ନୂଆ ପୋଲ ଗଢିବା ଜରୁରୀ ହୋଇପଡିଥିବା ବେଳେ ବିଭାଗୀୟ ଅଧିକାରୀ ପୋଲ ଭାଙ୍ଗିଲେ କାଳେ ସମସ୍ୟାରେ ପଡିଜିବେ ଏବଂ ବିଭାଗର ଏଭଳି ଦୁର୍ନିତି କାଳେ ଧରା ପଡିଜିବ ସେଥିପାଇଁ ଏଭଳି ପ୍ରସ୍ତାବ ଦେଉଥିବା ଲୋକେ କହିଲେଣି। ଏହି ରାସ୍ତା ମଧ୍ୟରେ ଦୁଇଟି ଯାଗାରେ ବଢି ପାଣି ନିଷ୍କାସନ ପାଇଁ ପୋଲ ନିର୍ମାଣର ଯୋଜନା ରହିଛି। ସେଥି ମଧ୍ୟରୁ ଗୋଟିଏ ପୋଲ ନିର୍ମାଣ ସେଷ ପର୍ଯ୍ୟୟରେ ପହଞ୍ଚି ଥିବା ବେଳେ ଏହି ପୋଲଟିର ଭାଗ୍ୟ ଏବେ ଜଳନିଷ୍କାସନ ବିଭାଗ ହାତରେ ରହିଛି। ଜଳନିଷ୍କାସନ ସହକାରୀ ଯନ୍ତ୍ରୀଙ୍କୁ ପଚାରିଲେ ସେ କାର୍ଯ୍ୟବ୍ୟସ୍ଥତା ଥିବା ଦର୍ଶାଇ ଏଡାଇ ଯାଉଛନ୍ତି। ଅଂଚଳର ସମୁହ ସ୍ୱାର୍ଥ ପାଇଁ ଜିଲାପାଳ ଓ ବିଧାୟକ ଏହା ଉପରେ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories