www.samajalive.in
Monday, December 8, 2025
27.1 C
Bhubaneswar

ବାଇକ୍ ସହ ଗଞ୍ଜେଇ ଜବତ,୪ ଗିରଫ

ଜି.ଉଦୟଗିରୀ:କନ୍ଧମାଳ ଜିଲା ରାଇକିଆ ପୁଲିସ୍ ପକ୍ଷରୁ ଶନିବାର ଏକ ବାଇକ୍ ସହ ଗଞ୍ଜେଇ ଜବତ ହୋଇଛି ଏବଂ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାଇକିଆ ପୁଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ରାତି ପ୍ରାୟ ୮ ଟା ରେ ରାଇକିଆ ନିକଟସ୍ଥ ଲେଙ୍ଗୁମାହା ଛକ ନିକଟରେ ଏକ ମଟରସାଇକଲ୍‌ଖୁ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ସେମାନଙ୍କ ନିକଟରୁ ବାଇକ୍‌ରେ ବନ୍ଧା ହୋଇଥିବା ଏକ ବସ୍ତା ଗଞ୍ଜେଇ ମିଳିଥିଲା। ଏହାକୁ ଜବତ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣରେ ସାମିଲ୍ ହୋଇଥିଲେ ୪ଜଣ।  ସେମାନେ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କୁପିବାଡି ଗ୍ରାମର ଜନକ ନାୟକ, ମହାଗୁଡା ଗ୍ରାମର ଗୈାରବ ସାହାଣି, ଗ୍ରିନବାଡି ଗ୍ରାମର ସାଗର କୁମାର ମଲ୍ଲିକ ଏବଂ ରାଇକିଆ ଥାନା ଅନ୍ତର୍ଗତ ସୁଗଡବାଡି ଗ୍ରାମର ମଳୟ ନାୟକ।

 

- Advertisement -

ସେମାନେ ବାଲିଗୁଡ଼ା ଠାରୁ ଭୁବନେଶ୍ବରକୁ ଚୋରାରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଛି। ଗଞ୍ଜେଇ ଓଜନ କରିବାରେ ୩୦ କିଲୋ ୨୦୦ ଗ୍ରାମ ହୋଇଥିବା ଜଣାପଡିଛି। ଏନେଇ ରାଇକିଆ ଥାନାରେ ୪୨/୨୧ ରେ ଏକ ମାମଲା ରୁଜୁ କରାଯାଇ ଥିବା ରାଇକିଆ ଥାନାଧିକାରୀ ତରୁଣ ତପନ ବେହେରାସୂଚନା ଦେଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories