www.samajalive.in
Monday, December 8, 2025
17.1 C
Bhubaneswar

ଜଣେ ମହିଳାଙ୍କୁ ଭାରତର ପ୍ରଧାନ ବିଚାରପତି ନିଯୁକ୍ତ କରିବାର ସମୟ ଆସିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବାର ସମୟ ଆସିଛି ବୋଲି ଦେଶର ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହା ସବୁସମୟରେ ମହିଳାମାନଙ୍କର ସ୍ୱାର୍ଥକୁ ମନଭତିରେ ରଖିଛନ୍ତି ଏବଂ ଏହାର ପ୍ରତ୍ୟେକ କଲେଜିୟମ ଉଚ୍ଚ ନ୍ୟାୟବ୍ୟବସ୍ଥାରେ ମହିଳାମାନଙ୍କୁ ବିଚାରପତି ଭାବରେ ନିଯୁକ୍ତି କରିବା ବିଷୟ ବିଚାର କରିଥାନ୍ତି।
ଦେଶର ସର୍ବୋଚ୍ଚ ଅଦାଲତ ୧୯୫୦ ଜାନୁଆରୀ ୨୬ରେ ସ୍ଥାପିତ ହେବା ଦିନଠାରୁ ଏହାର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ମନୋନୀତ ଜଷ୍ଟିସ ଏନ ଭି ରମନ୍ନାଙ୍କ ପର୍ଯ୍ୟନ୍ତ ୪୮ଜଣିଆ ପ୍ରଧାନ ବିଚାରପତି ତାଲିକାରେ ଜଣେହେଲେ ମହିଳାଙ୍କ ନାମ ସ୍ଥାନ ପାଇନାହିଁ। ସୂଚନାଯୋଗ୍ୟ ଯେ ଦେଶରେ ଥିବା ମେଧାବୀ ମହିଳା ଆଇନଜ୍ଞମାନଙ୍କୁ ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି କରିବା ବିଷୟ ବିଚାର କରିବାକୁ ମହିଳା ଆଇନଜୀବୀମାନଙ୍କର ଏକ ଫୋରମ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଏଭଳି ମତ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ସଂଜୟ କିଷନ କଉଲ୍‍ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ସ୍ୱତନ୍ତ୍ର ପୀଠ କହିଥିଲେ, କେବଳ ଉଚ୍ଚ ନ୍ୟାୟାଳୟ କାହିଁକି, ଜଣେ ମହିଳା ଭାରତର ପ୍ରଧାନବିଚାରପତି ହେବା ସମୟ ଆସିଛି ବୋଲି ସେମାନେ ମନେକରୁଛନ୍ତି।
ସୁପ୍ରିମକୋର୍ଟ ୱିମେନ ଲୟର୍ସ ଆସୋସିଏସନ ପକ୍ଷରୁ ଉପସ୍ଥିତ ହୋଇ ଆଇନଜୀବୀ ସ୍ନେହା କାଲିତା ସୁପ୍ରିମକୋର୍ଟଙ୍କ ପୀଠ ନିକଟରେ କହିଥିଲେ ଯେ ଉଚ୍ଚ ନ୍ୟାୟ ବ୍ୟବସ୍ଥାରେ ମହିଳାମାନଙ୍କର ପ୍ରତିନିଧିତ୍ୱ ଅତ୍ୟନ୍ତ ନଗଣ୍ୟ ଏବଂ ତାହା ମାତ୍ର ୧୧.୦୪% ରହିଛି। ମାନ୍ୟବର ପୀଠ କହିଥିଲେ, ଉଚ୍ଚ ନ୍ୟାୟ ବ୍ୟବସ୍ଥାରେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂଖ୍ୟାରେ ମହିଳାଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ସର୍ବୋଚ୍ଚ ଅଦାଲତ ପ୍ରୟାସ କରୁଛନ୍ତି। ପ୍ରତ୍ୟେକ କଲେଜିୟମ ନିଯୁକ୍ତି ପାଇଁ ମହିଳାମାନଙ୍କ ନାମ ବିଚାର କରିବା ଆବଶ୍ୟକ ବୋଲି ଅଦାଲତ ମତ ରଖିଥିଲେ।
ମାନ୍ୟବର ପ୍ରଧାନ ବିଚାରପତି କହିଥିଲେ, ମହିଳା ଆଇନଜୀବୀଙ୍କୁ ଯେତେବେଳେ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ କରାଯିବା ବିଷୟ କୁହାଯାଉଛି ସେତେବେଳେ ସେମାନେ ଘର ଦାୟିତ୍ୱ ଅଥବା ସେମାନଙ୍କ ପିଲାମାନଙ୍କ ପାଠପଢା ଦାୟିତ୍ୱ ଭଳି କାରଣ ଦର୍ଶାଇ ସେଥିପାଇଁ ରାଜି ହେଉନଥିବା ସମ୍ପର୍କରେ ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ତାଙ୍କୁ କହିଛନ୍ତି। ତେବେ ସର୍ବୋଚ୍ଚ ଅଦାଲତଙ୍କ ପୀଠ କହିଥିଲେ ଯେ, ମହିଳାମାନଙ୍କର ସ୍ୱାର୍ଥ ସେମାନଙ୍କ ମନଭିତରେ ରହିଛି। ସେଥିରେ ଭାବନାତ୍ମକ ପରିବର୍ତ୍ତନ ହୋଇନାହିଁ। ମହିଳାମାନେ ବିଚାରପତି ଭାବରେ ନିଯୁକ୍ତ ହେବାନେଇ ଅଦାଲତ ଆଶାବାଦୀ ଅଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories