www.samajalive.in
Monday, December 8, 2025
20.1 C
Bhubaneswar

ଆଜି ଚେନ୍ନଇ ସୁପରକିଙ୍ଗ୍‌ସ-ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସୁପରକିଙ୍ଗ୍‌ସ

ମୁମ୍ବଇ, ୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ର ଅଷ୍ଟମ ଲିଗ୍‌ ମ୍ୟାଚରେ ଶୁକ୍ରବାର ପୂର୍ବତନ ଚମ୍ପିଆନ ଚେନ୍ନଇ ସୁପରକିଙ୍ଗ୍‌ସ ସହିତ ପଞ୍ଜାବ କିଙ୍ଗ୍‌ସର ମୁକାବିଲା ହେବ। ଏଥିରେ ଉଭୟ ଦଳ ୨ୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଚେନ୍ନଇ ସୁପର କିଙ୍ଗ୍‌ସ ଏବଂ ବର୍ତ୍ତମାନର ଦିନିକିଆ ୱିକେଟ ରକ୍ଷକ ଲୋକେଶ ରାହୁଲ ପଞ୍ଜାବ କିଙ୍ଗ୍‌ସର ନେତୃତ୍ବ ନେଉଛନ୍ତି। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଚେନ୍ନଇ ସୁପର କିଙ୍ଗ୍‌ସ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବ ବିଜୟ ଧାରାକୁ ଆଗକୁ ବଢାଇବା ଲାଗି ଉଦ୍ୟମ କରିବ।
ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିଲା। ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ସୁରେଶ ରୈନା ଅର୍ଦ୍ଧଶତକ ହାସଲ କରିଥିବାବେଳେ ମୋଇନ୍‌ ଅଲ୍ଲୀ, ରବୀନ୍ଦ୍ର ଜାଡେଜା ଓ ଅମ୍ବାତି ରାଇଡୁ ଉପଯୋଗୀ ରନ୍ କରିଥିଲେ। ଓପନିଂରେ ଫ୍ଲାଫ ଡୁପ୍ଲେସି ଓ ଋତୁରାଜ୍‌ ଗାଏକ୍ବାର୍ଡଙ୍କ ସମେତ ଧୋନି ବିଫଳ ହୋଇଥିଲେ। ଦଳ ୧୮୮ରନ ସମ୍ମାନଜନକ ସ୍କୋର କରିଥିଲେ ମଧ୍ୟ ବୋଲିଂ ବିଭାଗରେ ବିଫଳ ହୋଇଥିଲା। ଫାଷ୍ଟ ବୋଲିଂ ବିଭାଗରେ ଦୀପକ ଚହର, ସାମ୍‌ କୁରାନ,ସାର୍ଦୁଳ ଠାକୁର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡାରେନ ବ୍ରାଭୋ, ରବୀନ୍ଦ୍ର ଜାଡେଜା କିଛି ମାତ୍ରାରେ ବୋଲିଂରେ ସଫଳ ହୋଇଥିଲେ। ଦଳକୁ ଏବେ ଫାଷ୍ଟ ବୋଲିଂ ବିଭାଗରେ ଚିନ୍ତା ଘାରିଛି। ପଞ୍ଜାବ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ବଡ ସ୍କୋର କରିଥିବାବେଳେ ଚେନ୍ନଇ ପାଇଁ ବୋଲିଂ ମୁଖ୍ୟ ସମସ୍ୟା ହେବା ଆଶା କରଯାଉଛି। ପଞ୍ଜାବକୁ ରୋକିବା ନେଇ ଧୋନି ସ୍ବତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବା ନେଇ ଆଶା କରାଯାଉଛି। ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ବିଶାଳ ୨୨୧ରନ ସ୍କୋର କରିଥିଲା। ଲୋକେଶ ରାହୁଲ ୯୧, ଦୀପକ ହୁଡା ୬୪ ଓ କ୍ରିସ ଗୋଲ ୪୦ରନର ଇନିଂସ ଖେଳିଥିଲେ। ଦଳ ନିକଟରେ ନିକୋଲାସ ପୁରନ, ମୟଙ୍କ ଅଗ୍ରୱାଲ, ଶାହାରୁଖ ଖାନ ଓ ଝା ରିଚାର୍ଡସନଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ବୋଲିଂ ବିଭାଗରେ ମହମ୍ମଦ ସାମି, ଝା ରିଚାର୍ଡସନ, ଅର୍ଶଦୀପ୍‌ ସିଂହ, ମୁରୁଗାପ୍ପା ଅଶ୍ବିନ ପ୍ରମୁଖ ରହିଛନ୍ତି। ପ୍ରଥମ ମ୍ୟାଚରେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଆଶାଜନକ ପ୍ରଦର୍ଶନ କରିଥିବା ପଞ୍ଜାବ ଉକ୍ତ ସଫଳତାକୁ ବଜାୟ ରଖିବା ନେଇ ଉଦ୍ୟମ କରିବ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories