www.samajalive.in
Thursday, December 11, 2025
26.1 C
Bhubaneswar

ଭୁବନେଶ୍ୱର ସହରକୁ ସୁନ୍ଦର ଓ ନିର୍ମଳ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ:ବାଚସ୍ପତି

ଭୁବନେଶ୍ୱର: ୭୩ ତମ ରାଜଧାନୀ ପ୍ରତିଷ୍ଠା ଦିବସ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିିଟି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଏହି ଉତ୍ସବକୁ ସରକାରୀ ସ୍ତରରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପ୍ରଦାନ ପରେ ଏହି କାର୍ଯ୍ୟକ୍ରମ ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡିଶା ବିଧାନସଭା ବାଚସ୍ପତି ଡଃ.ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବାଚସ୍ପତି, ପ୍ରାଚୀନ ଓଡିଶାର ଗୌରବମୟ ଇତିହାସ ଓ ଭୁବନେଶ୍ୱରକୁ ରାଜଧାନୀ କରିବାର ପୃଷ୍ଟଭୂମି ସଂପର୍କରେ ଆଲୋକପାତ କରି କହିଲେ ଯେ, ସହରର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଫଳରେ ଏହାର ରୂପରେଖରେ ପରିବର୍ତନ ହୋଇଛି ଓ ବୃହତର ସହରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମସ୍ତଙ୍କର ପ୍ରିୟ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଆମ ରାଜଧାନୀକୁ ଆମେ ସର୍ବଦା ସୁନ୍ଦର ଓ ନିର୍ମଳ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ବୋଲି ଡଃ.ପାତ୍ର ପ୍ରକାଶ କରିଥିଲେ।

- Advertisement -

ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମନ୍ଦିରମାଳିନୀ ସହରରୁ ବିକଶିତ ହୋଇ ସ୍ମାର୍ଟ ସିଟିର ମାନ୍ୟତା ପାଇ ଦେଶରେ ଅଗ୍ରଣୀ ସହରର ସମତୁଲ୍ୟ ହେବା ଆମ ସମସ୍ତଙ୍କ ପାଇଁ ଗୌରବର କଥା ବୋଲି କହିିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦେଶକ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ୨୦୧୧ ମସିହାଠାରୁ ଏହି ଉତ୍ସବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ଫଳରେ ସରକାରୀ ସ୍ତରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିିଟିର ମିଳିତ ଆନୁକୂଲ୍ୟରେ ପାଳନ କରାଯାଉଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡିଶା ରିଭ୍ୟୁ ତଥା ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ଲେନିନ୍ ମହାନ୍ତି, ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି, ରାଜଧାନୀ ପ୍ରତିଷ୍ଠା ଦିବସର ସଭାପତି ତଥା ବରିଷ୍ଠ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, କମିଟିର ସାଧାରଣ ସଂପାଦକ ସନତ ମିଶ୍ର, ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ରାଜଧାନୀ ଭୁବନେଶ୍ୱରର ଉନ୍ନତି, ସହରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ତଥା ସହରବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଜନସାଧାରଣଙ୍କ ସମ୍ମିଳିତ ସହଯୋଗ କରାଯିବା ଆଦି ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଡାକ୍ତର ପ୍ରସନ୍ନ କୁମାର ଦାସ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଭର୍ଣ୍ଣର ଡଃ.ଶକ୍ତିକାନ୍ତ ଦାସ, ଆଇନଜ୍ଞ ପ୍ରସନ୍ନ କୁମାର ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ରାଜକିଶୋର ଶିଲା, ଅଭିନେତା ସମ୍ବିତ୍ ଆଚାର୍ଯ୍ୟ, ଅଭିନେତ୍ରୀ ଭୂମିକା ଦାସ, ନର୍ସ ନିଶାମଣି ଦେବୀ, ମେଧାବୀ ଛାତ୍ରୀ ଗୁଗୁଲ ଗାର୍ଲ ମେଘାଳି ମାଳବିକା ସ୍ୱାଇଁ , ପୋଷ୍ଟ ମ୍ୟାନ ମିଟୁ ମହାରଣା, ଟ୍ରାଫିକ୍ କନଷ୍ଟେବଲ ଶୁଭ୍ରାଂଶୁ ଶେଖର ସାହୁ, କ୍ରୀଡା କ୍ଷେତ୍ରରେ ପ୍ରତ୍ୟୁଷ ରାୟ, ପରିମଳ କର୍ମଚାରୀ ରୋହିତ ନାୟକ,ସଂଗୀତ ନିର୍ଦେଶକ ମଳୟ ମିଶ୍ର ପ୍ରମୁଖ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦେଶିକା ସୂଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରାଜଧାନୀ ପ୍ରତିଷ୍ଠା ଦିବସର ଉପ ସଭାପତି ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କମିଟି ତରଫରୁ ସାଂସ୍କୃତିକ ସଂପାଦକ ଶ୍ରୀ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ପ୍ରଭାସ ରଂଜନ ଦାସ, ହିମାଂଶୁ ଶେଖର ମହାନ୍ତି, ବିଶ୍ୱରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସକାଳେ ସ୍ଥାନୀୟ ପି.ଏମ୍.ଜି ଛକଠାରେ ମାନ୍ୟବର ବାଚସ୍ପତି, ମନ୍ତ୍ରୀ ଶ୍ରୀ ଦାସ, ନିର୍ଦ୍ଦେଶକ ଶ୍ରୀ ମିଶ୍ର, ଖୋର୍ଦ୍ଧା ଜିଲାପାଳଙ୍କ ସମେତ ରାଜଧାନୀ ପ୍ରତିଷ୍ଠା ଦିବସର କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories