www.samajalive.in
Monday, December 8, 2025
20.1 C
Bhubaneswar

ବାସ୍ତୁ ନିୟମ ଅନୁଯାୟୀ ଏପରି ଅଙ୍କନ କରନ୍ତୁ ଝୋଟି

ବାସ୍ତୁ ନିୟମ ଅନୁଯାୟୀ ଝୋଟି ଦିଗ ଓ ରଙ୍ଗ ଅନୁଯାୟୀ ଅଙ୍କନ କରିବା ଉଚିତ। ଏପରି କରିବା ଦ୍ୱାରା ଜୀବନରେ ହସଖୁସି,ସୁଖସମୃଦ୍ଧି ଆସିଥାଏ। ଝୋଟି ଆଙ୍କିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ସକରାତ୍ମକ ଶକ୍ତି ଆସିଥାଏ। ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହି କାରଣରୁ ହିଁ ପ୍ରତ୍ୟେକ ଶୁଭ ଅବସରରେ ବିଭିନ୍ନ ରଙ୍ଗ ଓ ଫୁଲ ଝୋଟି ଆଙ୍କିବାର ପରମ୍ପରାର ରହିଛି। ଏହି ଝୋଟି ପାଇଁ ଅଟା, ଚାଉଳ, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଆଦି ବ୍ୟବହାର କରାଯାଇଥାଏ।
ପୂର୍ବମୁଖୀ ଘରର ମୁଖ୍ୟଦ୍ୱାରରେ ଝୋଟି ଆଙ୍କିଲେ, ଘରେ ସର୍ବଦା ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଅଣ୍ଡାକାର ଝୋଟି ପକାନ୍ତୁ। ପୂର୍ବ ଦିଗରେ ଏହି ଆକାରର ଝୋଟି ପକାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଝୋଟି ପାଇଁ ଲାଲ, ହଳଦିଆ, ସବୁଜ, ଗୋଲାପି, ନାରଙ୍ଗୀ, ଆଦି ବ୍ୟବହାର କରନ୍ତୁ।
ଉତ୍ତରମୁଖୀ ଘର ପାଇଁ ଉତ୍ତର ଦିଗରେ ଲହରୀ ଆକାରର ଝୋଟି ଅଙ୍କନ କରନ୍ତୁ। ଏଥିପାଇଁ ହଳଦିଆ, ସବୁଜ ଓ ଆକାଆକାଶୀର ରଙ୍ଗ ବ୍ୟବହାର କରନ୍ତୁ। ଏହା ଖୁବ ଶୁଭ।
ଦକ୍ଷିଣପୂର୍ବରେ ତ୍ରିକୋଶ ଏବଂ ଦକ୍ଷିଣ ମୁଖୀ ଘରରେ ସୁନ୍ଦର ଆୟତକାରର ଝୋଟି ପକାନ୍ତୁ। ଏଥିପାଇଁ ଗାଢ ଲାଲ, ନାରଙ୍ଗୀ, ଗୋଲାପି ଓ ବାଇଗଣୀ ରଙ୍ଗର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନରେ ସୁଖ,ଯଶ ଏବଂ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ।
ପଶ୍ଚିମମୁଖୀ ଘରର ପାଇଁ ସୁନେଲି ଓ ଧବଳ ରଙ୍ଗ ଝୋଟି ପାଇଁ ବ୍ୟବହାର କରନ୍ତୁ। ବୃତ୍ତାକାରର ଝୋଟି ଆଙ୍କନ୍ତୁ। ସୁନେଲି ଓ ଧବଳ ରଙ୍ଗ ସହ ଲାଲ, ହଳଦିଆ, ଲାଲ, ହାଲକା ସବୁଜ ରଙ୍ଗ ମଧ୍ୟ ବ୍ୟବହାର କରନ୍ତୁ। ପଞ୍ଚକୋଣ ଆକାରର ଝୋଟି ଅଙ୍କନ କରନ୍ତୁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories