www.samajalive.in
Monday, December 8, 2025
27.1 C
Bhubaneswar

ପଶ୍ଚିମବଙ୍ଗରେ ମତଦାନ ବେଳେ ହିଂସା; ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମୃତ

କଲକାତା: ପଶ୍ଚିମବଙ୍ଗରେ ଶନିବାର ୪ର୍ଥ ପର୍ଯ୍ୟାୟ ମତଦାନ ସମୟରେ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। କୁଚବିହାରର ସିତାଲକୁଚୀରେ ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କୁଇକ ରେସ୍‌ପନ୍ସ ଟିମ୍‌ (କ୍ୟୁଆରଟି) ମତଦାନ କେନ୍ଦ୍ର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଛି। ଫଳରେ ସୁରକ୍ଷାକର୍ମୀଙ୍କୁ ଗୁଳିଚାଳନା କରିବାକୁ ପଡ଼ିଛି, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୀତାଲକୁଚୀରେ କେତେଜଣ ଆତଙ୍କ ସୃଷ୍ଟିକାରୀ କୁଇକ୍‌ ରେସ୍‌ପନ୍ସ ଟିମ୍‌ ଗାଡ଼ି ଭଙ୍ଗାରୁଜା କରିଥିଲେ। ଗଣ୍ଡଗୋଳକାରୀମାନେ କ୍ୟୁଆରଟି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିବା ସମୟରେ ସେମାନେ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୫/୧୨୬ ନମ୍ବର ବୁଥରେ ଘଟିଥିବା ଏହି ଘଟଣାରେ ହମୀଦୁଲ ହକ୍‌, ମନୀରୁଲ ହକମ, ସମୀୟଲ ହକ୍‌ ଏବଂ ଅଜମଦ ହୁସେନଙ୍କ ମୃତ୍ୟୁ ଘଟିଥିବା ଟିଏମସି ପକ୍ଷରୁ କୁହାଯାଇଛି। ଅନ୍ୟପଟେ ନିର୍ବାଚନ ଆୟୋଗ ଏହି ଘଟଣାକୁ ନେଇ ଡିଇଓଙ୍କୁ ୧ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories