www.samajalive.in
Monday, December 8, 2025
27.1 C
Bhubaneswar

ମୁକ୍ତି ପୂର୍ବରୁ ପ୍ରଜାକୋର୍ଟରେ ହାଜର କଲେ ମାଓବାଦୀ, ସମସ୍ତଙ୍କୁ ବିବ୍ରତ କଲା ରାକେଶ୍ବରଙ୍କ ଦୁଇହାତ ବନ୍ଧା ଅଭାବନୀୟ ଦୃଶ୍ୟ

ନୂଆଦିଲ୍ଲୀ: ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଗତ ଶନିବାର ଦିନ ମାଓବାଦୀମାନଙ୍କ ଦ୍ବାରା ଅପହୃତ ହୋଇଥିବା ଯବାନ ରାକେଶ୍ବର ସିଂହ ମାନହାସ ଆଜି ମୁକୁଳିଛନ୍ତି। ମାଓବାଦୀମାନେ ଦୀର୍ଘ ୫ ଦିନ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀକରି ରଖିବା ପରେ ଆଜି ରାକେଶ୍ବରଙ୍କୁ ଛାଡ଼ି ଦେଇଛନ୍ତି। ତେବ ରାକେଶ୍ବରଙ୍କୁ ମୁକ୍ତି ଦେବା ପୂର୍ବରୁ ଦୁଇହାତ ବାନ୍ଧି ପ୍ରଜାକୋର୍ଟକୁ ଅଣାଯାଇଥିଲା। ଜଙ୍ଗଲ ନିକଟସ୍ଥ ଗ୍ରାମରେ ଆୟୋଜିତ ଏକ ପ୍ରଜାକୋର୍ଟରେ ଦୁଇହାତ ବାନ୍ଧି ମାଓବାଦୀମାନେ ହାଜର କରିଥିଲେ ଓ ଏହାପରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କୁ ଛଡ଼ାଯାଇଥିବା ସୂଚନା ରହିଛି। ରାକେଶ୍ବରଙ୍କୁ ଯଦିଓ ମାଓବାଦୀମାନେ କୌଣସି ନିର୍ଯାତନା ଦେବା ସୂଚନା ମିଳିନାହିଁ, କିନ୍ତୁ ତାଙ୍କର ଦୁଇହାତକୁ ବାନ୍ଧି ପ୍ରଜାକୋର୍ଟରେ ଶହ ଶହ ଲୋକଙ୍କ ଗହଣରେ ଅମାନବୀୟ ଭାବେ ହାଜର କରିବା ଭଳି ଅବାଭବନୀୟ ଘଟଣା ସମସ୍ତଙ୍କୁ ବିବ୍ରତ କରିଛି।

- Advertisement -

ମାଓବାଦୀମାନେ ତାଙ୍କୁ ଦଉଡ଼ିରେ ବାନ୍ଧି ରଖିଥିବାବେଳେ ପ୍ରଜାକୋର୍ଟରେ ସମସ୍ତଙ୍କ ସମ୍ମୁଖରେ ତାଙ୍କ ହାତରୁ ଦଉଡ଼ି ଖୋଲିଥିଲେ, ଯାହା ସମସ୍ତଙ୍କୁ ବିଚଳିତ କରିଥିଲା। ମାଓବାଦୀଙ୍କଡଠାରୁ ମୁକୁଳିବା ପରେ ବାସାଗୁଡ଼ା କ୍ୟାମ୍ପରେ ଛତିଶଗଡ଼ କୋବ୍ରା କମାଣ୍ଡର ରାକେଶ୍ବର। ଏକ ଆମ୍ବୁଲାନ୍ସରେ ଆସି ବାସାଗୁଡ଼ା କ୍ୟାମ୍ପରେ ପହଞ୍ଚିଥିଲେ। ରାକେଶ୍ବର ବାସାଗୁଡ଼ା କ୍ୟାମ୍ପରେ ପହଞ୍ଚିବା ପରେ ଏସ୍‌ପି କମଲ ଲୋଚନ କସ୍ୟପ ସ୍ବାଗତ କରିଥିଲେ।


ସରକାରଙ୍କ ପକ୍ଷରୁ ମାଓବାଦୀଙ୍କୁ ଭେଟିବାକୁ ଯାଇଥିବା ମଧ୍ୟସ୍ଥିଙ୍କ ସହ ଆଲୋଚନା ପରେ ରାକେଶ୍ବର ମୁକ୍ତ ହୋଇଛନ୍ତି। ପଦ୍ମଶ୍ରୀ ଧରମପାଲ୍ ସାଇନି ଓ ଗଣ୍ଡୱାନା ସମାଜର ମୁଖ୍ୟ ତେଲମ୍ ବୁରାଇୟା ଏବଂ ସ୍ଥାନୀୟ ସାମ୍ବାଦିକ ମାଓବାଦୀଙ୍କ ସହ ଆଲୋଚନା କରିବା ପରେ ବିନା କୌଣସି ସର୍ତ୍ତରେ ମାଓବାଦୀ ରାକେଶ୍ବରଙ୍କୁ ମୁକ୍ତ କରିଛନ୍ତି। ରାକଶ୍ବେରଙ୍କୁ ଛାଡ଼ିବା ପୂର୍ବରୁ ମାଓବାଦୀମାନେ ପ୍ରଜାକୋର୍ଟ। କରିଥିଲେ। ଘଞ୍ଚ ଜଙ୍ଗଲରେ କରିଥିବା ପ୍ରଜାକୋର୍ଟରେ ମାଓବାଦୀଙ୍କ ସହ ଶତାଧିକ ଗ୍ରାମବାସୀ ଥିଲେ। ରାକେଶ୍ବରଙ୍କ ଦୁଇ ହାତ ବାନ୍ଧି ପ୍ରଜାକୋର୍ଟକୁ ଅଣାଯାଇଥିଲା। ଦୁଇ ହାତରେ ଦଉଡ଼ି ବାନ୍ଧି ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ପ୍ରଜାକୋର୍ଟରେ ହାଜର ପରେ ରାକେଶଙ୍କୁ ଛାଡ଼ି ଦେଇଥିଲେ ମାଓବାଦୀ। ଏକାଧିକ ମଧ୍ୟସ୍ଥଙ୍କ ଉପସ୍ଥିତିରେ ରାକେଶ୍ବରଙ୍କୁ ଛାଡ଼ିଥିଲେ।

https://youtu.be/YxG1WvRtJEk

ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ବରଙ୍କ ପତ୍ନୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆମ ପାଇଁ ଏହା କଠିନ ସମୟ ଥିଲା। ଆମେ ଏବେ ବହୁତ ଖୁସି ଅନୁଭବ କରୁଛୁ। ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ବାପା ଶୀଘ୍ର ଘରକୁ ଫେରିଆସ ବୋଲି ରାକେଶ୍ବରଙ୍କ ଝିଅ ପ୍ରକାଶ କରିଛନ୍ତି। ରାକେଶ୍ବରଙ୍କ ମା’କହିଛନ୍ତି ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ମାଓବାଦୀଙ୍କ କବଳରୁ ପୁଅ ମୁକୁଳିଛି, ଏହା ଆମ ପାଇଁ ବଡ଼ ଖୁସୀର କଥା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories