www.samajalive.in
Monday, December 8, 2025
27.1 C
Bhubaneswar

୪୧ତମ ପ୍ରତିଷ୍ଠା ଦିବସରେ ଭାରତୀୟ ଜନତା ଦଳର ଜନସେବା

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ରେଙ୍ଗାଲି କ୍ୟାମ୍ପ ଛକରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ନିରୋଜ ବାରିକଙ୍କ ତତ୍ୱାବଧାନରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଛି। ଏହି ଉପଲକ୍ଷେ ସାଧାରଣ ଜନତାଙ୍କୁ ଶୁଦ୍ଧ ପାନୀୟ ଜଳ ଓ ସରବତ ବଣ୍ଟନ କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଆଜିଠାରୁ ତିନି ମାସ ପର୍ୟ୍ୟନ୍ତ ଅଞ୍ଚଳ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ୟ୍ୟକ୍ରମ ବିଜେପି ଯୁବ ମୋର୍ଚ୍ଚ ପକ୍ଷରୁ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ ଯାନବାହନ, ପଥଚାରୀ, ଯିବା ଆସିବା ଲୋକ ତଥା ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କୁ ପାନୀୟ ଶୁଦ୍ଧ ଜଳ ଓ ଦହି ସରବତ ବଣ୍ଟନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ମିଳନ ସେଠ, ଜିଲ୍ଲା ସଂପାଦକ କୁଶ କୁମ୍ଭାର, ବରିଷ୍ଠ ବିଜେପି ନେତା ବିପିନ ଭୁସାଗର, ଯୁବ ମୋର୍ଚ୍ଚା ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରିୟଦର୍ଶୀନି ବାଗ, ଭରତ ବେହେରା, ବିରେନ୍ଦ୍ର ହୋତା, କେ ସରସ୍ୱତୀ, ଖିରେଶ୍ୱରୀ ଭୋଇ, ସୂର୍ୟ୍ୟ କାନ୍ତି ସାହୁ, ଯଶୋବନ୍ତ ସେଟ, ଅର୍ଜୁନ ବାଗ, ଦୀପକ ପ୍ରଧାନ, ଅମିତ ସାହୁ, ପୁଷ୍ପକ ଗାଏଗରିଆ, ରଞ୍ଜନ ସାହୁ, ନିରଞ୍ଜନ ସେଟ, ବିକାଶ ଶର୍ମା ପ୍ରମୁଖଙ୍କ ସହ ବିଜେପି ଯୁବ ମୋର୍ଚ୍ଚାର ବହୁ ସକ୍ରିୟ କର୍ମୀ ଯୋଗଦେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories