www.samajalive.in
Monday, December 8, 2025
27.1 C
Bhubaneswar

ମାର୍ଚ୍ଚରେ ରେକର୍ଡ ପରିମାଣରେ ଜିଏସଟି ସଂଗ୍ରହ, ସରକାରଙ୍କୁ ମିଳିଲା ୧.୨୩ ଲକ୍ଷ କୋଟି ଟିକସ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଲକଡାଉନ ଲାଗୁ ହେବା ଫଳରେ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଧୀରେ ଧୀରେ ଏଥିରେ ସୁଧାର ଆସିବାରେ ଲାଗିଛି। ଲଗାତର ୬ ମାସ ପାଇଁ ଜିଏସଟି ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ମାର୍ଚ୍ଚରେ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ସର୍ବାଧିକ ସଂଗୃହୀତ କର। ଏହା ସହିତ ଲଗାତର ୪ର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଅତିକ୍ରମ କରିଛି।

ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ, ୨୦୨୧ ମାର୍ଚ୍ଚରେ ସଂଗୃହୀତ ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଅଂଶ ୨୨ ହଜାର ୯୭୩ କୋଟି, ରାଜ୍ୟ ଜିଏସଟି ଅଂଶ ୨୯ ହଜାର ୩୨୯ କୋଟି ଏବଂ ଏକୀକୃତ ଜିଏସଟି ଅଂଶ ୬୨ ହଜାର ୮୪୨ କୋଟି ଟଙ୍କା। ଗତ ଫେବୃୟାରୀରେ ୧ ଲକ୍ଷ ୧୩ ହଜାର ୧୪୩ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା। ୨୦୨୧ ମାର୍ଚ୍ଚରେ ସଂଗୃହୀତ ରାଜସ୍ବ ଗତବର୍ଷ ମାର୍ଚ୍ଚ ତୁଳନାରେ ୨୭ ପ୍ରତିଶତ ଅଧିକ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories