www.samajalive.in
Monday, December 8, 2025
27.1 C
Bhubaneswar

କରୋନା ସ୍ଥିତି ନେଇ ଗଞ୍ଜାମ ଜିଲାପାଳଙ୍କ ବୈଠକ, ପ୍ରତି ବ୍ଲକ ଓ ଏନଏସିରେ ଖୋଲିବ କୋଭିଡ କଣ୍ଟ୍ରୋଲ​‌ ରୁମ

ଛତ୍ରପୁର : ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ କେତେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମକୁ ଫେରୁଥିବା ପ୍ରବାସୀଙ୍କ ଉପରେ ଦୃଷ୍ଟି ଦେବାସହ ପ୍ରବାସୀଙ୍କ ପାଇଁ ୱାର୍ଡ, ପଞ୍ଚାୟତ ସ୍ତରରେ ରେଜିଷ୍ଟର କରାଯିବ। ପୂର୍ବରୁ ଯେପରି ପ୍ରତ୍ୟେକ ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ମାନୁଥିଲେ ସେହିଭଳି ପାଳନ କରିବେ ନଚେତ ସେମାନଙ୍କ ଦୋକାନ ସିଲ କରାଯିବ। ସ୍ୱାସ୍ଥ୍ୟ ବିଭାଗ କୋଭିଡ ମେଡିକାଲ, ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରଖିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଗଞ୍ଜାମରେ ନିୟତନ୍ତ୍ର ରହିଛି କରୋନା ସଂକ୍ରମଣ। ସବୁ ବ୍ଲକ ଓ ଏନଏସିରେ ଖୋଲିବ କୋଭିଡ କଣ୍ଟ୍ରୋଲ ରୁମ। ତାରାତାରିଣୀ ମନ୍ଦିର, ସୋନାପୁର ସବୁ ସ୍ଥାନରେ ଭୋଜିଭାତ ବନ୍ଦ। ବିଭିନ୍ନ ପ୍ରକାରର ସପିଂ ମଲରେ କୋଭିଡ ଗାଇଡ ଲାଇନ ପାଳନ ହେଉଛି କି ନାହିଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର କମିସନର, ବ୍ରହ୍ମପୁର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories