www.samajalive.in
Monday, December 8, 2025
27.1 C
Bhubaneswar

ଭାରତ ସହ ବାଣିଜ୍ୟିକ ସମ୍ପର୍କ ଆରମ୍ଭ ପାଇଁ ପାକିସ୍ତାନର ସଜବାଜ

ଇସଲାମାବାଦ: ଦୁଇବର୍ଷ ଧରି ଭାରତ ସହିତ ବାଣିଜ୍ୟିକ କାରବାର ଠପ୍‌ ରହିବା ପରେ ପାକିସ୍ତାନ ଅକଳରେ ପଡ଼ିଛି। ଦେଶରେ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ଏଭଳି ସ୍ଥିତିରେ ପାକିସ୍ତାନ ସରକାର ଭାରତ ସହିତ ପୁଣି ଥରେ ବାଣିଜ୍ୟିକ ସମ୍ପର୍କ ଆରମ୍ଭ କରିବା ଲାଗି ପଦକ୍ଷେପ ନେଇଛି।

ଭାରତ ସହିତ ବାଣିଜ୍ୟିକ କାରବାର ଆରମ୍ଭ କରିବା ପାଇଁ ପାକ୍‌ ସରକାର ସବୁଜ ସଙ୍କେତ ଦେଇଛନ୍ତି। ପାକିସ୍ତାନର ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବା ସହିତ ବାଣିଜ୍ୟିକ କାରବାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମରୁ ଏ ସମ୍ପର୍କରେ ସୂଚନା ମିଳିଛି।

- Advertisement -

ସୂଚନାଯୋଗ୍ୟ, କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଦିବସ ଅବସରରେ ତାଙ୍କ ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୁନର୍ବାର ଆରମ୍ଭ ହେବାର ଆଶା ଉଜ୍ଜୀବିତ ହୋଇଥିଲା। ନିକଟରେ ନଭଜୋତ ସିଂହ ସିଦ୍ଧୁ ମଧ୍ୟ ପାକିସ୍ତାନ ସହିତ ପୁନର୍ବାର ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଲାଗି ଇସାରା ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories