www.samajalive.in
Monday, December 8, 2025
20.1 C
Bhubaneswar

ଉଦ୍ଦେଶ୍ୟ ଆମର ମାଁ କୁ ସମ୍ମାନ ଓ ଗାଆଁ ର କଲ୍ୟାଣ

ରେଙ୍ଗାଲି କ୍ୟାମ୍ପ : ଆଜି ଅତାବିରା ବ୍ଲକ ଟୋପ ପଞ୍ଚାୟତ ସ୍ତରୀୟ ମହିଳା ସମାବେଶ ଟୋପ ହାଇ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ଶ୍ରୀ ରାମଶଙ୍କର ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶ ରେ  ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ  ରିତା ସାହୁ ,ଜିଲ୍ଲା ମହିଳା ଅଧ୍ୟକ୍ଷା ସୁଜାତା ପଣ୍ଡା ,ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀ ତଥା ଶିକ୍ଷା ପ୍ରେମୀ ଶ୍ରୀ ଦିନମଣି ଗଡତିଆ, ଦୁଃଖିଶ୍ୟାମ ପ୍ରଧାନ, ଅନୁଶୟା ସେଟ୍ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ହୋଇଥିବା ବେଳେ ଅନୁସୂୟା  ଦେବତା  ଅତିଥି ପରିଚୟ ପ୍ରଦାନ, ଉଦ୍ଦେଶ୍ୟ ଜ୍ଞାପନ କରିବା ସହ  ମୁଖ୍ୟ ବକ୍ତା ଭାବେ ମଞ୍ଚାସିନ ହୋଇଥିଲେ। ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ଏମ୍ ଏଲ୍ ଏ ନୋମିନି ତଥା ପଞ୍ଚାୟତ ର ବିଜେଡି ସଭାପତି ଶ୍ରୀ ରମେଶ ପଞ୍ଚବିହା ଶିଳାନ୍ୟାସ ତଥା ଏହି ମହିଳା ସମାବେଶର ଆୟୋଜନ କରିଥିଲେ। ମହିଳା ମାନଙ୍କୁ ଜାଗୃତ କରି ଗାଆଁ ର କଲ୍ୟାଣ ଦିଗରେ ତାଙ୍କୁ ନିୟୋଜିତ କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ଅବସରରେ ବିଧାୟିକା ପରମାନ ପୁର ତୂରୀ ପଡ଼ା କଲ୍ୟାଣ ମଣ୍ଡପ, ଟୋପ ମଝି ପଡାଠାରେ  ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପ ଓ ଗୋଦାମ ପଡ଼ା ଓ  ସହ ରା ପଡ଼ା ରେ ନିର୍ମିତ କମୁନିଟି ସେଣ୍ଟର୍  ଓ  ସିଂହପାଲିର ଖେଳ ପଡିଆ ର ଉଦଘାଟନ କରିବା ସହ ତଳିପଡ଼ା ଠାରେ ନୂତନ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଥିଲେ। ଏହାପରେ ମହିଳା ସମାବେଶରେ ମହିଳା ସଶକ୍ତି ଉପରେ ଉଦବୋଧନ ଦେଇ ମହିଳାମାନଙ୍କ ସହ ଖୋଲା ଖୋଲି କଥାବାର୍ତ୍ତା ହୋଇ ସେମାନଙ୍କ ସମସ୍ୟା  ଗୁଡ଼ିକ ପଚାରି ବୁଝିଥିଲେ ଏବଂ ସେ ଗୁଡ଼ିକର  ତୁରନ୍ତ ସମାଧାନ କରିବା ପାଇଁ  ବିଧାୟିକା ପ୍ରତିଶୃତି ଦେଇଥିଲେ। ଏହି ସମାବେଶ  ଟିକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଦିଗରେ ଏମ୍ ମାଲାୟେସୁ ରାଓ, ଟଙ୍କ ଦାଶ,ସୁରେନ୍ଦ୍ର ମେହେର,ବିଜୟ ମହାପାତ୍ର, ଶରତ ପ୍ରଧାନ, ସୁଧୀର ଓ ମୀନକେତନ ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରହିଥିଲା। ପରେ  ଗ୍ରାମର ଛାତ୍ରୀ ମାନଙ୍କ ଦ୍ଵାରା  ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଶାରୀରିକ କଳା ପ୍ରଦର୍ଶନ ଉଚ୍ଚ ପ୍ରଶଂସିତ ହୋଇଥିଲା। ଶେଷରେ ଲଳିତ ଗଡ଼ତିଆ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories