www.samajalive.in
Monday, December 8, 2025
27.1 C
Bhubaneswar

ଦେଶମୁଖଙ୍କ ସୁରକ୍ଷାରେ ପୱାର: କହିଲେ ୪ରୁ ୧୫ ଫେବୃୟାରୀ ଯାଏ ହସ୍ପିଟାଲରେ ଥିଲେ ଗୃହମନ୍ତ୍ରୀ, ଜବାବରେ ୧୫ ତାରିଖର ଭିଡିଓ ଜାରିକଲା ବିଜେପି

ମୁମ୍ବଇ: ଆଣ୍ଟିଲିଆ ମାମଲାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବଇ ପୁଲିସ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍‌ ମୁଖ୍ୟ ସଚିନ ୱାଜେ ଏବଂ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଁ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ଶାସକ ମେଣ୍ଟର ସହଯୋଗୀ ଏନସିପି ମୁଖ୍ୟ ଶରଦ ପୱାର ଦେଶମୁଖଙ୍କ ସୁରକ୍ଷାରେ ବାହାରିଛନ୍ତି।

ଶରଦ ପୱାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗୃହମନ୍ତ୍ରୀ ଦେଶମୁଖ କରୋନାରେ ସଂକ୍ରମିତ ହୋଇଥିବାରୁ ୫ରୁ ୧୫ ଫେବୃୟାରୀ ପର୍ଯ୍ୟନ୍ତ ହସ୍ପିଟାଲରେ ଥିଲେ। ଏହା ପରଦିନ ଅର୍ଥାତ ଫେବୃୟାରୀ ୧୬ରୁ ୨୭ ପର୍ଯ୍ୟନ୍ତ ସେ କ୍ବାରେଣ୍ଟାଇନରେ ଥିଲେ। ଏହି କାରଣରୁ ଦେଶମୁଖ ସଚିନ ବାଜେଙ୍କୁ ଭେଟି ତାଙ୍କ ସହ କଥା ହୋଇଥିବାର ପ୍ରଶ୍ନ ଉଠୁନାହିଁ। ପୂର୍ବତନ କମିଶନର ପରମବୀର ସିଂହ କରିଥିବା ଅଭିଯୋଗ ମିଥ୍ୟା ବୋଲି ପୱାର କହିଛନ୍ତି।

- Advertisement -

ନିକଟରେ ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ଗୃହମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଗୃହମନ୍ତ୍ରୀ ଦେଶମୁଖ ବାଜେଙ୍କୁ ପ୍ରତିମାସରେ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ଚିଠିରେ ଲେଖିଥିଲେ। ଏହା ପରେ ରାଜ୍ୟ ରାଜନୀତି ଜୋର ଧରିଛି।

ଅନ୍ୟପଟେ ବିଜେପି ଶରଦ ପୱାରଙ୍କ ମନ୍ତବ୍ୟ ଉପରେ ଏକ ଭିଡିଓ ଜାରି କରି କଡ଼ା ଜବାବ ଦେଇଛି। ଦେଶମୁଖ ଫେବୃୟାରୀ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ହସ୍ପିଟାଲରେ ଥିବା ପୱାର କହୁଥିବାବେଳେ ୧୫ ତାରିଖ ଦିନ ଦେଶମୁଖ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବିଜେପି ଯୁକ୍ତି ବାଢ଼ିଛି। ଏପରି କି ବିଜେପି ପକ୍ଷରୁ ଉକ୍ତ ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories