ମୁମ୍ବଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବିସ୍ଫୋରକ ଭର୍ତ୍ତି ସ୍କର୍ପିଓକୁ ଆଣ୍ଟିଲିଆ ବାହାରେ ରଖି ଯେଉଁ ଇନୋଭା କାର୍ରେ ଫେରାର ହୋଇଥିଲେ ସନ୍ଦିଗ୍ଧ, ସେହି କାର ମୁମ୍ବଇ ପୁଲିସର ବୋଲି ସୂଚନା ମିଳିଛି।
The Innova Car seized & in possession of NIA belongs to Mumbai Police Crime Branch. 4 members of CIU (2 drivers and 2 officers) were also called by NIA. They have come to join the investigation: Mumbai Police official
— ANI (@ANI) March 14, 2021
ଉକ୍ତ ଇନୋଭା କାର୍ଟି ମୁମ୍ବଇ କ୍ରାଇମବ୍ରାଞ୍ଚର ବୋଲି ଜଣାପଡ଼ିଛି। ଏହି ମାମଲାର ତଦନ୍ତ କରୁଥିବା ଏନଆଇଏ କାରକୁ ଜବତ କରି ନିଜ କବ୍ଜାକୁ ନେଇଛି। ସଚୂନାଯୋଗ୍ୟ, ଗତ ଫେବୃୟାରୀ ୨୫ରେ ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଘର ବାହାରୁ ଏକ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଜବତ ହୋଇଥିଲା। ସେହି ଗାଡ଼ିରୁ ୨୦ଟି ଜିଲେଟିନ୍ ରଡ୍ ମିଳିଥିଲା। ଏହି ଗାଡ଼ିକୁ କିଏ କେଉଁ ଉଦ୍ଦେଶ୍ୟରେ ସେଠାରେ ରଖିଥିଲା ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଗାଡ଼ିରୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା।
The Innova Car brought to NIA office last night is the car seen in CCTV, tailing the Scorpio in which the Gelatin was planted near Antilia: NIA Sources #Mumbai pic.twitter.com/gcyQTpJwY5
— ANI (@ANI) March 14, 2021
ଏବେ ଏହି ଘଟଣାରେ ପୁଲିସ ଗାଡ଼ିର ବ୍ୟବହାର ପଦାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସେହି କାର୍ଟି କେଉଁ ପରିସ୍ଥିତିରେ ଏଭଳି କାର୍ଯ୍ୟରେ ବ୍ୟବହାର ହେଲା ସେ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।



