www.samajalive.in
Monday, December 8, 2025
27.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା; କରୋନା ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମ ଲକ୍ଷ୍ୟ

ଭୁବନେଶ୍ଵର: କରୋନା ସ୍ଥିତି ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଏ ଦିଗରେ ସରକାର ନେଇଥିବା ପଦକ୍ଷେପକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପ୍ରଶଂସା କରିଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରୁ କମ୍‌ ରହୁଛି। କିନ୍ତୁ ବିପଦ ଟଳିନାହିଁ। ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ। ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍‌ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରି ଏହା କହିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‌ଡାଉନ ଫେରିଛି। ଲକଡାଉନ ସମୟର କଷ୍ଟ ଏବେ ବି ଆମ ସ୍ମୃତିରେ ତାଜା ରହିଛି। ଆମ ଅର୍ଥନୀତି, ସାମାଜିକ ଜୀବନ, ପିଲାମାନଙ୍କ ଶିକ୍ଷା ସବୁ କ୍ଷେତ୍ରକୁ ଏହା ଗଭୀର ଭାବେ ପ୍ରଭାବିତ କରିଛି। ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁ ବର୍ତ୍ତମାନ ସ୍ବାଭାବିକ ଅବସ୍ଥା ଫେରିଛି। ଆମେ ଆଉ ଲକ୍‌ଡାଉନକୁ ଫେରିବାକୁ ଚାହୁଁନାହୁଁ। ଏହାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା। ଆମେ ସତର୍କ ରହିଲେ ଲକ୍‌ଡାଉନ ଭଳି ସ୍ଥିତି ଉପୁଜିବ ନାହିଁ। ତେଣୁ ଆମେ ସମସ୍ତେ ପୂର୍ବ ଭଳି କୋଭିଡ୍‌ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିଚାଲିବା ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। ବେକରେ ମାସ୍କ ନ ଝୁଲାଇ ଠିକ୍‌ ଭାବେ ପାଟି ଓ ନାକକୁ ଘୋଡ଼ାଇ ରଖି ପିନ୍ଧିବା। ଘରକୁ ଫେରିଲେ ସାବୁନରେ ଭଲ କରି ହାତ ଧୋଇବା। ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ। ସାମାଜିକ ଦୂରତା ରକ୍ଷା କରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରିବା ନାହିଁ।

ବର୍ତ୍ତମାନ କରୋନା ଟିକାକରଣ ସଫଳ ଭାବେ ଚାଲିଛି। କରୋନା ବିରୋଧରେ ଆମ ଲଢ଼େଇରେ ବହୁ ଯୋଦ୍ଧାଙ୍କୁ ଆମେ ହରାଇଛୁ। ସେମାନଙ୍କ ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ। ସତର୍କ ରହିଲେ ତାହା ଶହୀଦ ଯୋଦ୍ଧାମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories