www.samajalive.in
Monday, December 8, 2025
27.1 C
Bhubaneswar

୮ କୁଇଣ୍ଟାଲରୁ ଅଧିକ ପରିମାଣା ଗଞ୍ଜେଇ ଜବତ, ୪ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲି ବସ୍ ଷ୍ଟାଣ୍ଡ ଛକ ନିକଟରେ ରାତ୍ରକାଳିନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୨ ଟି ବୋଲେରେ ପିକ୍‌ଅପ୍ ଓ ଗୋଟିଏ ମଟର ସାଇକେଲ ମାଲକାନଗିରି ପଟୁ ଜୟପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ କରି ସେହି ଗାଡି ଗୁଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସମୟରେ ୨ ଟି ପିକ୍‌ରେ ଲୁକ୍କାୟିତ ଭାବେ ପଲିଥିନ୍ ବ୍ୟାଗ୍ ମଧ୍ୟରେ ଗଞ୍ଜେଇ ରଖାଯାଇଥିଲା। ତୁରନ୍ତ ପୁଲିସ ଏହି ଗଞ୍ଜେଇକୁ ଜବତ୍ କରିବା ସହ ମଟର ସାଇକେଲରୁ ମଧ୍ୟ ଏକ ପଲିଥିନ୍ ବ୍ୟାଗ୍‌ରେ ଥିବା ଗଞ୍ଜେଇକୁ ମଧ୍ୟ ଜବତ୍ କରିଥିଲା। ଜବତ ଗଞ୍ଜେଇର ଓଜନ ୮୭୯ କିଲୋ ୪୫୦ ଗ୍ରାମ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୩ ହଜାର ଟଙ୍କା ଓ ୩ ଟି ମୋବାଇଲ୍ ଫୋନ ଜବତ୍ ହୋଇଥିବା ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସ ବିବୃତିରେ ଏସଡିପିଓ ଅଂଶୁମାନ ଦ୍ଵିବେଦୀ ସୂଚନା ଦେଇଛନ୍ତି। ଗିରଫ ବ୍ୟାକ୍ତି ମାନେ ହେଲେ ମାଲକାନଗିରି ଜିଲ୍ଲା ଶୁକ୍ରିଗୁଡାର ସମେସ ହନ୍ତାର (୨୧), କୋରାପୁଟ ଜିଲ୍ଲା ବାତ୍ରିପୁଟ ଗ୍ରାମର ଜୟରାମ ମୁଦୁଲି (୩୪), କୋରାପୁଟ ଜିଲ୍ଲା କାଠମିଲ୍ ସାହିର ରାଜୁ ନାୟକ (୨୧), କୋରାପୁଟ ଜିଲ୍ଲା ଗଣିପୁଟର ବାବୁଲା ପହଲାମ୍ (୩୦) ବୋଲି ଜଣାପଡିଛି । ଏ ସମ୍ପର୍କରେ ମାଥିଲି ଥାନା ପୁଲିସ  ମାମଲା ରୁଜୁ କରି ଗିରଫ ବ୍ୟକ୍ତି ମାନଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଛି ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories