www.samajalive.in
Monday, December 8, 2025
27.1 C
Bhubaneswar

୧୮ରେ ନେବେ ଶପଥ ନେବେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ପୁଣି ବିଳମ୍ବିତ ହୋଇଛି। ରିପୋର୍ଟ ଅନୁଯାୟୀ ଇମ୍ରାନ ଅଗଷ୍ଟ ୧୮ରେ ଶପଥ ଗ୍ରହଣ କରିବେ। ପୂର୍ବରୁ ଇମ୍ରାନ ଅଗଷ୍ଟ ୧୧ରେ ଶପଥ ନେବାର ଥିଲା। ପରେ ଏହା ଅଗଷ୍ଟ ୧୫କୁ ଘୁଞ୍ଚିଥିଲା। ଜୁଲାଇ ୨୫ରେ ହୋଇଥିବା ପାକିସ୍ତାନ ପାର୍ଲାମେଣ୍ଟ ନିର୍ବାଚନରେ ଇମ୍ରାନଙ୍କ ଦଳ ଏକକ ବୃହତ୍‍ ଦଳ ଭାବେ ଉଭା ହୋଇ ସରକାର ଗଠନ କରିବାକୁ ଦାବିଦାର ହୋଇଛି। ତେବେ ଦଳକୁ ସଂଖ୍ୟାଗରିଷ୍ଠତା ପାଇଁ ଆହୁରି ୧୧ଟି ଆସନର ଆବଶ୍ୟକତା ଅଛି। ଅନ୍ୟପକ୍ଷରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ପାଇଁ ଇମ୍ରାନ ନିର୍ବାଚନ ଆୟୋଗଙ୍କୁ ଲିଖିତ କ୍ଷମାପ୍ରାର୍ଥନା କରିଛନ୍ତି। ଜୁଲାଇ ୨୫ ମତଦାନ ସମୟରେ ଇମ୍ରାନ ନିଜ ବାଲାଟ ପେପରକୁ ସର୍ବସାଧାରଣରେ ପ୍ରଦର୍ଶନ କରିଥିଲେ। ଏହି ଆଚରଣବିଧି ଉଲ୍ଲଙ୍ଘନକୁ ନେଇ ଆୟୋଗ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦେଶ ଦେଇଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଇମ୍ରାନଙ୍କୁ ଭାରତୀୟ କ୍ରିକେଟ ଦଳ ପକ୍ଷରୁ ଏକ ବ୍ୟାଟ ଉପହାର ଦିଆଯାଇଛି। ଏହି ବ୍ୟାଟ୍‍ରେ ଭାରତୀୟ ଦଳର ସମସ୍ତ ସଦସ୍ୟଙ୍କ ସ୍ୱାକ୍ଷର ରହିଛି। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆ ଏହି ଉପହାର ଇମ୍ରାନଙ୍କୁ ଦେଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories